ବାରିପଦା- ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ମାସକର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଶିଶୁକନ୍ୟାର ପେଟରୋଗ ଭଲ ନହେବାରୁ ତା’ର ମାମୁଁ ଚେଙ୍କ ଦେଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାରେ ଗୁରୁତର ଶିଶୁକନ୍ୟାକୁ ଚିକିତ୍ସା ନିମନ୍ତେ ଉଦଳା ମେଡ଼ିକାଲରେ ଭର୍ତି କରାଯାଇଛି । ତେବେ ଅନ୍ଧବିଶ୍ୱାସର ବଶବର୍ତି ହୋଇ ଚିକିତ୍ସା ବଦଳରେ ଶିଶୁକୁ ଚେଙ୍କ ଘଟଣା ସଭ୍ୟ ସମାଜ ପାଇଁ ଚିନ୍ତାର ବିଷୟ ହୋଇଛି ।
Related Stories
November 23, 2024
November 23, 2024
November 23, 2024