
ବ୍ରହ୍ମପୁର: ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଭାବେ ଛତ୍ରପୁର ଅଞ୍ଚଳର ଛାତ୍ରନେତା ରାମହରି ମହାରଣାଙ୍କୁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ମନୋନୀତକରି ରାଜ୍ୟ ଛାତ୍ର ସଙ୍ଗଠନର ସମ୍ପାଦକ ଦାୟୀତ୍ୱ ଦେଇଛନ୍ତି । ଶ୍ରୀ ମହାରଣା ୨୦୦୮ମସିହାରୁ ଛାତ୍ର ଜନତା ଦଳରେ ରହି ଛାତ୍ର ସମାଜର ସମସ୍ୟାକୁ ସମାଧାନ କରିବା ଦିଗରେ ବେଶ କୃତିତ୍ୱ ହାସଲ କରିଛନ୍ତି । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ମସିହାରେ କ୍ରୀଡା ସଂସଦ ସମ୍ପାଦକ ରହିଥିବା ବେଳେ ୨୦୧୦ରେ ସାଧାରଣ ସମ୍ପାଦକ, ୨୦୧୧ରେ ଛତ୍ରପୁର ଏନ୍ଏସି ବିଜୁ ଛାତ୍ର ଜନତା ଦଳର ସଭାପତି, ୨୦୧୨ରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ସହ ରହି ଯୁବ ଓ ଛାତ୍ର ସମାଜର କଲ୍ୟାଣ ଦିଗରେ ବେଶ କାର୍ଯ୍ୟକରି କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଏହି କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଜେଡି ସୁପ୍ରିମ ଶ୍ରୀ ପଟ୍ଟନାୟକ ତାଙ୍କୁ ଏହି ନବ ନିଯୁକ୍ତି ଦେଇଛନ୍ତି । ଦାୟୀତ୍ୱ ମିଳିବାପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ, ଜିଲ୍ଲାର ସାଂସଦ, ବିଧାୟକ ଓ ବିଜୁ ପ୍ରେମୀଙ୍କ ସହ ରାଜ୍ୟ ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ବିପ୍ଲବ ପାତ୍ରଙ୍କୁ ଧନ୍ୟବାଦ ଜଣାଇଥିବା ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO