Related Stories
December 2, 2024
ବ୍ରହ୍ମପୁର: ଗୋପାଳପୁର ଏନ୍ଏସି ଓ ବେଳାଭୂମି ଅଞ୍ଚଳର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କିପରି ଚାଲିଛି ଏହାର ତଦାରଖ ଓ ସମୀକ୍ଷା କରିବା ପାଇଁ ଗୁରୁବାର ସକାଳେ ବିଡିଏ ଉପାଧ୍ୟକ୍ଷ ସିଦ୍ଧେଶ୍ୱର ବାଳିରାମ ବନ୍ଦାରୋ ଓ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ ଭି ମିଶି କ୍ଷେତ୍ର ପରିଦର୍ଶନକରି ସମୀକ୍ଷା କରିଥିବା ଜଣାପଡିଛି । ଏହାସହ ଏନ୍ଏସି ଓ ବେଳାଭୂମି ଅଞ୍ଚଳରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବା ପାଇଁ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ମର୍ମରେ ଗୁରୁବାର ସକାଳେ ଗୋପାଳପୁର ଏନ୍ଏସି ଅଞ୍ଚଳରେ ହେଉଥିବା ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନକରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗୋପାଳପୁର ଏନ୍ଏସି ଅଞ୍ଚଳରେ ହୋଇଥିବା ଶିଶୁ ପାର୍କ, ୱାଲ୍ ପେଟିଂ, ମଡେଲ ଟଏଲଟ୍, ଅଫିସ୍ ବିଲ୍ଡିଂ, ଗେଷ୍ଟ ହାଉସ୍, ଖୋଲାସ୍ଥାନ, ବୃକ୍ଷରୋପଣ ଓ ମୋ ଗୋପାଳପୁରର ସୌନ୍ଦର୍ଯ୍ୟକରଣ ଓ ବିଚ୍ ଅଞ୍ଚଳ ବୁଲି ଦେଖି ସ୍ଥାନୀୟ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀଦିନରେ ଏହି କାର୍ଯ୍ୟକୁ ସମୟସୀମା ଭିତରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଠିକା ନେଇଥିବା ସଂସ୍ଥାମାନଙ୍କ ସହ ଆଲୋଚନା କରିଥିଲେ । ବିଡିଏ ସଚିବ ସମ୍ବିତ ରାଉତ, ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସହ ଏନ୍ଏସି ଓ ବିଡିଏର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।