
ବ୍ରହ୍ମପୁର: ଭାବନଗରସ୍ଥିତ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ରାଜ୍ୟ, ଜିଲ୍ଲା ଓ ନଗର କମିଟିର କର୍ମକର୍ତ୍ତା ଭାବେ ଦାୟୀତ୍ୱ ନେଇଥିବା ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁବାର ଅପରାହ୍ନରେ ଜିଲ୍ଲା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ନଗର ବିଜେଡି ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୁବ ବିଜେଡିର ସଙ୍ଗଠନକୁ ଆଗେଇ ନେବା ପାଇଁ ମିଳିତ ଭାବେ କାର୍ଯ୍ୟକାରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିବା ଯୁବ ନେତା ମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଏନ୍.ଧନଞ୍ଜୟ ରାଓ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମୁକୁନ୍ଦ ଗୌଡ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷଣ ଚୌଧୁରୀ, ବ୍ରହ୍ମପୁର ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା । ଦଳୀୟ କର୍ମୀମାନେ ଯୋଗଦେଇ ଉପରୋକ୍ତ ଯୁବ ନେତୃତ୍ୱଙ୍କୁ ସମ୍ବର୍ଦ୍ଧନା ଦେବାସହ ଆଗାମୀଦିନରେ ସମସ୍ତେ ମିଳିମିଶି ଦଳକୁ ମଜବୁତ କରିବା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ରାଜ୍ୟ ବିଜେଡି ସମ୍ପାଦକ ତଥା ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ସଂଯୋଜକ ସୁବାସ ଚନ୍ଦ୍ର ମହାରଣା, ଯୁବ ବିଜେଡି ନେତା ଆର୍.ମୂରଲୀମୋହନ, ରାଜ୍ୟ ସମ୍ପାଦକ ସଂଘମିତ୍ରା ଦଳେଇ, ମହିଳା ନେତ୍ରୀ ମମତା ବିଷୋୟୀ, ଟି.ତିରୁପତି ପାତ୍ର, ତେଜେଶ୍ୱର ସ୍ୱାମୀ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ଫାୟାଜ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO