
ବ୍ରହ୍ମପୁର: କୋଭିଡ୍ ସପ୍ତାହ ପାଳନର ପ୍ରଥମ ଦିନରେ ବ୍ରହ୍ମପୁର ସହରର ସମସ୍ତ ମୁଖ୍ୟରାସ୍ତାରେ କୋଭିଡ୍-୧୯ ନିୟମ କିପରି ପାଳନ କରାଯାଉଛି ତାହା କଡାକଡି ପାଳନ କରାଯାଇଛି । ସ୍ଥାନୀୟ ଗେଟ୍ ବଜାର ଛକ ଠାରେ ଉପଜିଲ୍ଲାପାଳ ଭି କୀର୍ତ୍ତିଭାସନ ନିଜେ ଉପସ୍ଥିତରହି ବସ୍ରେ ଯାତାୟାତ କରୁଥିବା ଯାତ୍ରୀମାନେ ମାସ୍କ ପରିଧାନ କରୁଛନ୍ତି ନା ନାହିଁ, ବସ୍ ମାଲିକମାନେ କୋଭିଡ୍ ନିୟମକୁ ପାଳନକରି ଯାତ୍ରୀମାନଙ୍କୁ ନେଇ ଯାତ୍ରା କରୁଛନ୍ତି ନା ନାହିଁ ଏହାର ତଦାରଖ ଓ ଯାଞ୍ଚ କରିଥିଲେ । ଯେଉଁମାନେ ନିୟମ ପାଳୁ ନାହାଁନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ସେଠାରୁ ବଜାର ଅଞ୍ଚଳ ତଥା ଅନ୍ନପୂର୍ଣ୍ଣା ବଜାର, ଅର୍ବାନ ବ୍ୟାଙ୍କ ରୋଡ୍,ଗିରିଜା ଛକ ଆଦି ଅଞ୍ଚଳକୁ ଯାଇ ଦୋକାନୀମାନେ ପଞ୍ଚସୂତ୍ର ପାଳନ କରୁଛନ୍ତି ନାହିଁ ତାହା ଯାଞ୍ଚ କରିବା ସହ ଜୋରିମାନା ଆଦାୟ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO