
ବ୍ରହ୍ମପୁର: ଗୁରୁବାର ଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କୋଭିଡ୍ ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହି ସପ୍ତାହର ପ୍ରଥମ ଦିନରେ ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ ଆଜି ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଏହାସହ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ ଉପଜିଲ୍ଲାପାଳ ଭି କୀର୍ତ୍ତିଭାସନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ନେଇ ଶପଥ ପାଠ କରିଥିଲେ । ଏହି ସପ୍ତାହ ପାଳନର ଆଭିମୁଖ୍ୟ କୋଭିଡ୍ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ସହ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେଥିପ୍ରତି ଧ୍ୟାନଦେବା । ଏହାସହ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟ, ସହର ଓ ଗ୍ରାମାଞ୍ଚଳରେ କରୋନା ସପ୍ତାହ ପାଳନ ହେବାସହ ଏହି ଅବସରରେ ପ୍ରଥମ ଦିନରେ ଶପଥ ପାଠ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦିନ ୧୧.୩୦ମିନିଟ୍ରେ କରାଯାଇଛି । ବ୍ରହ୍ମପୁର ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ସପ୍ତାହ ପାଳନର ପ୍ରଥମ ଦିନରେ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO