
ଜୟପୁର– ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବେ ସାଇବର ଆକ୍ରମଣ ଜରିଆରେ ଭାରତ ବିରୁଦ୍ଧରେ ଅପପ୍ରଚାର କରୁଛି । ପାକିସ୍ତାନ ହ୍ୟାକର ମାନେ ମଙ୍ଗଳବାର ରାଜସ୍ଥାନ ସରକାରଙ୍କ ଶିକ୍ଷା ବିଭାଗର ଅଫିସିଆଲ ୱେବସାଇଟକୁ ହ୍ୟାକ୍ କରି ସେଥିରେ ଭାରତ ବିରୋଧୀ ସନ୍ଦେଶ ପ୍ରସାରିତ କରିଛନ୍ତି ।
ୱେବସାଇଟରେ ‘ପାକିସ୍ତାନ ସାଇବର ଫୋର୍ସ’ ନାମରେ ଏକ ବାର୍ତା ପୋଷ୍ଟ କରାଯାଇଛି । ଯେଉଁଥିରେ ଲେଖାଯାଇଥିଲା ଯେ, ଆଗାମୀ ଆକ୍ରମଣ ଗୁଳିରେ ନୁହେଁ, ବୈଷୟିକ ହେବ । ଏହା ବ୍ୟତୀତ ଭାରତ ବିରୁଦ୍ଧରେ ଉସକାଇବାର ଟିପ୍ପଣୀ କରି ପହଲଗାମ ଆକ୍ରମଣକୁ ମିଥ୍ୟା ବୋଲି କୁହାଯାଇଛି । ଘଟଣା ସମ୍ବନ୍ଧରେ ଶିକ୍ଷା ବିଭାଗ ଦ୍ୱାରା ୱେବସାଇଟକୁ ପୁନଃ ସାମାନ୍ୟ ସ୍ଥିତିକୁ ଆଣିବା ନେଇ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଇଛି । ବିଭାଗ ଅନୁସାରେ, ସୂଚନା ବୈଷୟିକ ଦଳକୁ ସକ୍ରିୟ କରାଯାଇଛି ଏବଂ ୱେବସାଇଟକୁ ବର୍ତମାନ ଅସ୍ଥାୟୀ ରୂପେ ବନ୍ଦ ରଖାଯାଇଛି ।