
ଭୁବନେଶ୍ୱର– ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହେବ ।
ଆସନ୍ତା ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ, କୁଆପଥର ବର୍ଷା ଓ ଭୀଷଣ ବର୍ଷା ନେଇ ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ, ପବନ, ବର୍ଷା ନେଇ ଅନ୍ୟ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର । ଏହି ସମୟରେ ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ଓ ଅନ୍ୟ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ ।
୩୦ ଓ ୧ ତାରିଖରେ ତାରିଖରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ କେତେକ ଜିଲ୍ଲାକୁ ଚେତାବନୀ ରହିଛି । ୩୦ ତାରିଖରେ ୨୪ ଜିଲ୍ଲାକୁ ଓ ୧ ତାରିଖରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨ ତାରିଖ ଓ ୩ ତାରିଖରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ କେତେକ ଜିଲ୍ଲାକୁ ଚେତାବନୀ ରହିଛି । ୨ ତାରିଖରେ ୨୫ ଜିଲ୍ଲାକୁ ଓ ୩ ତାରିଖରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।