
ଭୁବନେଶ୍ୱର– ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘରୋଇ ହସ୍ପିଟାଲଗୁଡ଼ିକୁ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି ଟେକ୍ନିକାଲ୍ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି। ଘରୋଇ ହସ୍ପିଟାଲ୍ ର ପ୍ୟାକେଜ ବୃଦ୍ଧି ଦାବି ଉପରେ ବିଚାର ହେବ। ବିଭିନ୍ନ ସ୍ତରରୁ ମତାମତ ଆସୁଛି, ସବୁ ଦିଗକୁ ବିଚାର କରାଯାଉଛି। ପ୍ୟାନ୍ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟ୍ୱର୍କ, ଓଟିପି ସମସ୍ୟା ରହିଛି। ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।