ରାଜଗାଙ୍ଗପୁର ନିକଟରେ ଥିବା କାଂଶବାହାଲ ଠାରେ ଥିବା L&T କାରଖାନା ର ମୁଖ୍ୟ ଫାଟକ ଆଗରେ ସ୍ଥାନୀୟ ବିସ୍ଥାପିତ ମାନେ ଧାରଣାରେ ବସିଛନ୍ତି। ଏହି ଧାରଣା ଫଳରେ କମ୍ପାନୀ କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରି ନପାରିବାରୁ କାରଖାନାର ଉତ୍ପାଦନ ବନ୍ଦ ରହିଛି । ଆନ୍ଦୋଳନକାରୀ ଙ୍କ କହିବା ଅନୁଯାୟୀ ତାଙ୍କଠାରୁ ଜାଗା ନେଇ କାରଖାନା ନିର୍ମାଣ କରିଥିଲେ କିନ୍ତୁ ସ୍ତାନୀୟ ପଢୁଆ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ସେମାନେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଲୋକ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରତାଡୀତ କରାଯାଉଛି । ସ୍ଥାନୀୟ କର୍ମଚାରୀ ଙ୍କୁ ବରିଷ୍ଟ ଭିତ୍ତିରେ ପଦୋନ୍ନତି ଦିଆ ଯାଉନାହି ଏବଂ କନିଷ୍ଟ ବାହାରିଆ କର୍ମଚାରୀ ଙ୍କୁ ପଦୋନ୍ନତି ଦିଆଯାଉଛି । ଏ ବିଷୟର କମ୍ପାନୀ କତ୍ତୃପକ୍ଷ ତଥା ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଜଣାଇବା ସ୍ୱତେ ତାଙ୍କ କଥା ଶୁଣା ଯଉନଥିବାରୁ ସେମାନେ ଦାବି ପୂରଣ ନ ହେବା ଯାଏ ଫାଟକ ଆଗରେ ଧରଣା ରେ ବସିରହିବେ ବୋଲି ମନ୍ତ୍ୟବ୍ୟ ଦେଇଛନ୍ତି ।
Related Stories
July 27, 2024
June 28, 2024