ନୂଆଦିଲ୍ଲୀ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଂଚ କଂଗ୍ରେସ ପକ୍ଷରୁ ତିନି ଆର୍ଥିକ ବର୍ଷର ଇନକମ୍ ଟ୍ୟାକ୍ସର ରି-ଆସେସମେଂଟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଦାୟର ପିଟିସନ ଖାରଜ କରିଦେଇଛନ୍ତି । ମାର୍ଚ୍ଚ 20ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । କଂଗ୍ରେସର ପିଟିସନରେ ତିନି ଆର୍ଥିକ ବର୍ଷ 2014-15,2015-16 ଓ 2016-17 ସମୟରେ ଇନକମ୍ ଟ୍ୟାକ୍ସ ବିଭାଗର ରି-ଆସେସମେଂଟ ପ୍ରକ୍ରିୟାକୁ ଚ୍ୟାଲେଂଜ କରାଯାଇଥିଲା । ସମୟ ସୀମା ପରେ ଇନକମ୍ ଟ୍ୟାକ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା କଂଗ୍ରେସ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି ।
Related Stories
December 9, 2024