ମାଲକାନଗିରି – ମାଲକାନଗିରି ଜିଲ୍ଲାରେ ଏବେ ପ୍ଲାଷ୍ଟିକ ଅଣ୍ଡାର ଆତଙ୍କ । ସହରର ହାଇଟେକ କଲୋନୀରେ ରହୁଥିବା ଦିଗାମ୍ବର ବେହେରାଙ୍କ ଘରେ ଆଜି ଦେଖା ଯାଇଛି ଏପରି ପ୍ଲାଷ୍ଟିକ ଅଣ୍ଡା । ଘର ପାଖ ଦୋକାନରୁ ଦିଗାମ୍ବର ଆଜି ଚାରୋଟି ଅଣ୍ଡା କିଣି ଆଣିଥିବା ବେଳେ ତାଙ୍କ ମା ଏହାକୁ ରୋଷେଇ କରିବା ସମୟରେ କିଛି ଅଜବ ଦେଖିଥିଲେ । ଅଣ୍ଡା ଗୁଡିକ ଗୋଲ ଆକୃତିର ହୋଇଥିବା ବେଳେ ଏହାକୁ ସନ୍ଦେହ କରି ଅଣ୍ଡା ଗୁଡିକ ଫଟାଇ ଥିଲେ । ହେଲେ ଏହା ଭିତରେ ଥିବା କେଶର ତରଳ ରହିବା ପରିବର୍ତ୍ତେ ହଳଦିଅା ରଙ୍ଗର ବେଲୁନ ଭିତରେ ପାଣି ରହିବା ପରି ଦିଶୁଥିଲା । ଏହା କୁକୁଡ଼ା ଅଣ୍ଡା ନୁହେଁ ବରଂ ପ୍ଲାଷ୍ଟିକ ଅଣ୍ଡା ବୋଲି ସନ୍ଦେହ କରି ଗଣମାଧ୍ୟମକୁ ଖବର ଦେଇଥିଲେ ଦିଗାମ୍ବର । ତେବେ ଏହା ପ୍ଲାଷ୍ଟିକ ଅଣ୍ଡା କି ନୁହେଁ ତାହା ଜିଲ୍ଲା ପ୍ରଶାସନ ପରୀକ୍ଷା କରିବାର ଆଵଶ୍ୟକତା ରହିଛି ଏବଂ ଏହା ଯଦି ସତରେ ପ୍ଲାଷ୍ଟିକ ଅଣ୍ଡା ତାହାଲେ ଅଣ୍ଡା ବିକ୍ରି କରୁଥିବା ଗୋଦାମ ଘରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇ ତଦନ୍ତ କରାଯିବା ଉଚିତ ବୋଲି କଲୋନୀ ବାସୀ ଦାବି କରିଛନ୍ତି ।
Related Stories
January 19, 2025
January 19, 2025