
ସାନଖେମୁଣ୍ଡି : ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସାମାଜ ସେବା ଧର୍ମି ମାନସ କାର୍ଯ୍ୟକ୍ରମ ଓଡିଶା ମୋ ପରିବାର – ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ସାନଖେମୁଣ୍ଡି ବ୍ଲକ ବିଜେଡି ତରଫରୁ ଏକ ରକ୍ତଦାନ ହୋଇଯାଇଅଛି। କରୋନା ଶୃଙ୍ଖଳାକୁ ନଜରରେ ରଖି ଚାରି ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଶିବିର ଆଜି ରାଧାଦେଈପୁର ପଞ୍ଚାୟତର ଉସ୍ତା ଜଗନ୍ନାଥପୁର ସ୍ଥିତ ପୂର୍ଣ୍ଣାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଅଛି। ଅଞ୍ଚଳ ଅଧିବାସୀ, ବିଜୁ ଯୁବ ବାହିନୀ, ମହିଳା ଗୋଷ୍ଠୀ ସଦସ୍ୟ ତଥା ବିଜୁ ପ୍ରେମୀ ସମର୍ଥକଙ୍କ ମିଳିତ ସମାବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଡ ବ୍ଯାଙ୍କ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ଵାଇଁ ପୌରହିତ କରିଥିବା ବେଳେ ଜୀବନ ବିନ୍ଧୁ ଜିଲ୍ଲା ସଭାପତି ବିଜେଡି ଓଡିଶା ସାଂସଦ ଶ୍ରୀ ସୁବାଷ ମହାରଣା ମୁଖ୍ୟ ଅତିଥି, ଜିଲ୍ଲା ବିଜେଡି କର୍ମକର୍ତ୍ତା ଜଗନ୍ନାଥ ସାବତ, ପୋଡ଼ାମାରି ଯୁବରାଜ ଶ୍ରୀ ବୀର କିଶୋର ଦେବ ସମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାମଜିକ ଦୂରତା ରକ୍ଷା କରି ମାସ୍କ ପରିଧାନ ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରକ୍ତ ଦାନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ମଧ୍ୟ ଗୁରୁତ୍ଵ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ 800 ବୃକ୍ଷ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ 53 ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା।
Report : ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO