-
ପ୍ରଥମ ବର୍ଷ ମୁଳିଆ ସ୍ମାରକ ବୃତ୍ତି ପାଇଲେ ୩ ଜଣ ଛାତ୍ରଛାତ୍ରୀ ।

ବେଲଗୁଣ୍ଠା-ସୁଦୁର କାଲିଫର୍ଣ୍ଣିଆରେ ରହୁଥିବା ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ଦାମୋଦର ସାହୁ ଓଡ଼ିଆ ତାଙ୍କ ବାପା ମୁଳିଆ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମୁଳିଆ ସ୍ମାରକ ନାମର ଏକ ଛାତ୍ର ବୃତ୍ତି ଏହି ଶିକ୍ଷା ବର୍ଷରୁ ଆରମ୍ଭ କରିଛନ୍ତି ।ଚଳିତ ବର୍ଷ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ବେହେରା, ସଞ୍ଚିତା ବେହେରା ଓ ଗାୟତ୍ରୀ ଜେନା ଙ୍କୁ କଲେଜରେ ନାମ ଲେଖାଇବା ୮୦୦୦ଟଙ୍କା ଲେଖାଏଁ ମୁଳିଆ ସ୍ମାରକ ବୃତ୍ତି ପ୍ରଦାନ କରାଯାଇଛି ।ତିନି ଜଣ ଛାତ୍ରଛାତ୍ରୀଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଏହି ବୃତ୍ତି ସେମନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉତ୍ସାହ ଯୋଗାଇବା ସହିତ ଭଲ ମଣିଷଟିଏ ହେବା ପାଇଁ ସହାୟକ ହେବ ବୋଲି ତିନି ଜଣ ପ୍ରକାଶ କରିଛନ୍ତି ।ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଥିଲେ ।ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛତା ନ ଥିଲେ ମଧ ଦାମୋଦରଙ୍କ ପିତା ସ୍ୱର୍ଗତ ମୁଳିଆ ସାହୁ ଦାମୋଦରଙ୍କ ପାଠପଢ଼ାରେ କୌଣସି ଅସୁବିଧା ନ କରି ଆଗକୁ ବଢ଼ିବାରେ ତାଙ୍କୁ ପ୍ରୋତ୍ସାହନ ଦେଉଥିଲେ ।ବର୍ତ୍ତମାନ ଦାମୋଦର କାଲିଫର୍ଣ୍ଣିଆରେ ଉଇପ୍ରୋ କମ୍ପାନୀର ଗୋଟିଏ ଉଚ୍ଚ ପଦବୀରେ ଅବସ୍ଥାପିତ ।ତାଙ୍କ ପିତା ବହୁ ପରିଶ୍ରମ କରି ତାଙ୍କୁ ମଣିଷଟିଏ କରି ଗଢ଼ି ଥିବାରୁ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ଆର୍ଥିକ କାରଣରୁ ପାଠପଢାରେ ବାଧା ଯେମିତି ନ ସୃଷ୍ଟି ହେଉ ସେଥିପାଇଁ ନିଜ ପିତାଙ୍କ ଉଦ୍ଦେଶ୍ୟରେ ମୁଳିଆ ସ୍ମାରକ ପ୍ରତିଷ୍ଠା କରିଛନ୍ତି ବୋଲି ଦାମୋଦର ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।ସୋମବାର ଦିନ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ପୁର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢ଼ୀ, ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତରେ ମୁଳିଆ ସ୍ମାରକ କୋର କମିଟିର ସଦସ୍ୟ ତଥା ବେଲଗୁଣ୍ଠାର ଜଣାଶୁଣା ଯୁବ ସଂଗଠକ ଓମ୍ ପ୍ରକାଶ ସାହୁ ତିନି ଜଣ ଛାତ୍ରଛାତ୍ରୀଙ୍କୁ ନଗଦ ୮୦୦୦ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି ।ଦାମୋଦରଙ୍କ ଏହି ପ୍ରୟାସ।ନିଶ୍ଚିତ ଭାବରେ ଆଗାମୀ ପିଢ଼ି ପାଇଁ ଏକ ଶୁଭ ସୁଚନା ଆଉ ଗରିବ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ଇନ୍ଧନ ଯୋଗାଇବ ବୋଲି ପୁର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢ଼ୀ ପ୍ରକାଶ କରିବା ସହ ମୁଳିଆ ସ୍ମାରକ କୋର୍ ଟିମ୍ କୁ ସାଧୂବାଦ୍ ଜଣାଇଛନ୍ତି ।ମୁଳିଆ ସ୍ମାରକ ବୃତ୍ତି ପ୍ରତିବର୍ଷ ଜାରି ରହିବ ବୋଲି ମୁଳିଆ ସ୍ମାରକ ପ୍ରତିଷ୍ଠାନ ତଥା ପ୍ରବାସୀ ଓଡ଼ିଆ ଦାମୋଦର ସାହୁ ଜଣାଇଛନ୍ତି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO