
ବ୍ରହ୍ମପୁର: ମଙ୍ଗଳବାର ଦକ୍ଷିଣାଅଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଗଞ୍ଜାମ ପୁଲିସ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାକୁ ପରିଦର୍ଶନ କରି ଯାଇ ସେଠାରେ ଥାନାର କାର୍ଯ୍ୟକୁ ଅନୁଧ୍ୟାନ କରି ଫେରାଥିବା ଜଣାପଡିଛି । ଜଳପଥ ଉପରେ ନଜର ରଖିବା ସହ ଜିଲ୍ଲା ଉପକୂଳର ସୁରକ୍ଷା ନିମନ୍ତେ ବୋଟ୍ ଦ୍ୱାରା ପାଟ୍ରୋଲିଂ କଡାକଡି କରିବା ଉପରେ ଗୋପାଳପୁର ବନ୍ଦରରେ ପରିସରରେ ଥିବା ବୋଟ୍କୁ ଡିଆଇଜି ନୀରିକ୍ଷଣ କରିବା ସହ ପାଟ୍ରୋଲିଂ କିପରି ହେଉଛି ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଠା ପ୍ରଧାନଙ୍କୁ ପଚାରି ବୁଝିଥିଲେ । ସାମୁଦ୍ରିକ ଥାନାର ସମସ୍ତ ମାମଲା ଟିକିନିଖି ଯାଞ୍ଚ କରିବା ସହ ପଡି ରହିଥିବା ମାମଲା ଗୁଡିକର ତୁରନ୍ତ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍-୧୯ ନିୟମକୁ କଡାକଡି ପାଳନ ଉପରେ ଲୋକମାନଙ୍କୁ ସଚେତନତା କରାଯିବା ସହ ମୋ ସରକାର କାର୍ଯ୍ୟକ୍ରମ ଥାନା ପକ୍ଷରୁ କିଭଳି ପଦକ୍ଷେପ ନିଆଯାଉଛି ସେ ସଂପର୍କରେ ସମସ୍ତ ବିଷୟକୁ ନେଇ ସମୀକ୍ଷା କରିଥିଲେ । ସେହିପରି ଅପରାଧ ଦମନ ଦିଗରେ ଧରପଗଡ ଏବଂ ପୁରୁଣା ମାମଲା ଗୁଡିକ ତଦନ୍ତ ପ୍ରକ୍ରିୟା ତୁରନ୍ତ ଶେଷ କରିବା ସହ ଦାଗି ଅପରାଧୀ ଗୁଡିକ ଉପରେ ତୀକ୍ଷଣ ଦୃଷ୍ଟି ରଖିବା ଏବଂ ଗାଁ ଗହଳିରେ ପୁଲିସ ଅଧିକାରୀମାନେ ଲୋକଙ୍କ ଠାରେ ପହଞ୍ଚିବା, ବରିଷ୍ଠ ନାଗରିକ ଓ ମହିଳା ଏବଂ ଶିଶୁ ମାନଙ୍କୁ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକରୁ ଡିଆଇଜି ନିର୍ଦ୍ଦେଶ ଦେଇଥିଲେ । ଡିଆଇଜିଙ୍କ ଗସ୍ତ ଓ ସମୀକ୍ଷା ବେଳେ ଗଞ୍ଜାମ ଏସପି ବ୍ରିଜେଶ୍ କୁମାର ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସାମୁଦ୍ରିକ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO