
ବ୍ରହ୍ମପୁର: ମହାନଗର ନିଗମର ୨୨, ୨୯, ୩୧ ଓ ୩୨ନମ୍ବର ୱାର୍ଡର ରାସ୍ତା, ନାଳନର୍ଦ୍ଦମା ଓ ସଫେଇ କାର୍ଯ୍ୟ କିପରି ହେଉଛି ତାହା କ୍ଷେତ୍ର ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ । ଏହି ୱାର୍ଡର ବିଭିନ୍ନ ସାହିକୁ ପାଦରେ ଚାଲି ଚାଲି ବୁଲିବା ସହ ସାହିବାସିନ୍ଦାଙ୍କ ଅଭିଯୋଗ ଶୁଣି ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିକଟରେ ଥିବା ଡେପୁଟି କମିଶନର ଓ ୱାର୍ଡ ଦାୟୀତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସାହି ଗଳିକନ୍ଦିରେ କିପରି ସଫେଇ କାର୍ଯ୍ୟ ହେଉଛି ଓ ନାଳନର୍ଦ୍ଦମା ସଫେଇ ହେଉଛି ନା ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରିଥିଲେ । ନଟବର ନଗରସ୍ଥିତ ଦେଶୀ ମଦ ଦୋକାନରେ କୋଭିଡ୍ ନିୟମ ପାଳନ ହେଉନଥିବା ଦେଖି ୨୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । କମିଶନରଙ୍କ ଗସ୍ତବେଳେ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, କନିଷ୍ଠଯନ୍ତ୍ରୀ ସୁଚିସ୍ମିତା ପୁହାଣ, ଗଣେଶ ପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO