-
ଡାଲମିଆ-ଓସିଏଲ୍ର ନୂଆ ରିଫ୍ରାକ୍ଟରି ଲାଇନ ଇସ୍ପାତ ରାଷ୍ଟ୍ରମବୀ ଶ୍ରୀଯୁକ୍ତ ଫଗନ ସିଂହ କୁଲସ୍ତେଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ରମୋଦୀ ଆତ୍ମନିର୍ଭରଭାରତ ପାଇଁ ଦେଇଥିବା ଆହ୍ୱାନ ପ୍ରତିସମର୍ଥନ ଜଣାଇ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରିକଂ ପାନିଡାଲମିଆ-ଓସିଏଲ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ରାଜଗାଙ୍ଗପୁରସ୍ଥିତ କାରଖାନାରେ ମ୍ୟାଗ୍ନେନସିଆ କାର୍ବନ (ଏମ୍ଜିଓ-ସିଇଟା) ଉତ୍ପାଦନ କରିବା ଲାଗି ନୂଆ ରିଫ୍ରାକ୍ଟରିଲାଇନ୍ର ଆଜି ଶୁଭାରମ୍ଭ କରାଯାଇଛି ।ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଫଗନ ସିଂହକୁଲସ୍ତେ ଏହି ଉତ୍ପାଦନ ଲାଇନ୍କୁ ଉନ୍ମୋଚନ କରିଛନ୍ତି ଯାହାର କ୍ଷମତାହେବ ୧୦୮,୦୦୦ ଟନ୍ ଏବଂ ଏହା ସ୍ଥାନୀୟ ଇସ୍ପାତ ଉତ୍ପାଦନକାରୀଙ୍କ ଆବଶ୍ୟକତା ପୂରଣକରିବ । ଥରେ ପୂର୍ଣ୍ଣକାର୍ଯ୍ୟକ୍ଷମ ହୋଇଯିବା ପରେ ମ୍ୟାଗ୍ନେସିଆ କାର୍ବନ ଇଟା ଉତ୍ପାଦନ ପାଇଁ ଏହାହେବ ଭାରତର ସର୍ବବୃହତ ରିଫ୍ରାକ୍ଟରି ଲାଇନ୍ ଏବଂ ଦେଶର ଆମଦାନି ନିର୍ଭରଶୀଳତାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାର ଏହା ପ୍ରତିଶ୍ରୁତି ଦେଉଛି ।ଡାଲମିଆ, ଓସିଏଲ୍ର ଅଭିଯାନ “ଭାରତକି ଫ୍ୟାକ୍ଟ୍ରି ମେଁ ଭାରତ କିରିଫ୍ରାକ୍ଟରି” ଅଧୀନରେ ଏହାକୁ ସ୍ଥାପନ କରାଯାଇଛି, ଯାହା ୩୬,୦୦୦ ଟନ୍ ଲେଖାଏଁ ତିନିଟି ପର୍ଯ୍ୟାୟରେ ଆସିବ ।ଏହି ଉତ୍ପାଦକୁ ଇସ୍ପାତ ଶିଳ୍ପ ବ୍ୟାପକ ଭାବେ ବ୍ୟବହାର କରିଥାଏ ଏବଂ ବର୍ତମାନର ଚାହିଦା (ବାର୍ଷିକ ପ୍ରାୟ ୩୦୦,୦୦୦ ଟନ୍) ଆମଦାନି ଜରିଆରେ ପୂରଣ ହେଉଛି ।
ଏହି ଅଭିଯାନରେ ଡାଲମିଆ ଓସିଏଲ୍-ଡାଲମିଆ ଭାରତ ଗ୍ରୁପ୍ର କଂପାନି ଏହାର ପ୍ରମୁଖ ଗ୍ରାହକ ଯଥା ସେଲ୍, ଟାଟାଷ୍ଟିଲ୍, ଜେଏସ୍ଡବ୍ଲୁ ଗ୍ରୁପ୍, ଜେଏସ୍ପିଏଲ୍ ଗ୍ରୁପ୍, ଏଏମ୍ଏନ୍ଏସ୍ ଇତ୍ୟାଦିକୁ ସହାୟତା ପ୍ରଦାନ କରିବା ପାଇଁ ଅଧିକାଂଶ ରିଫ୍ରାକ୍ଟରିର ଉତ୍ପାଦନର ସ୍ଥାନୀୟ କରଣ କରୁଛି । ନୂତନ ଉତ୍ପାଦନ ଲାଇନ୍ର ଶୁଭାରମ୍ଭ ସହିତ ଏମ୍ଜିଓ-ସିଇଟାକୁ ସ୍ଥାନୀୟଭାବେ ଉତ୍ପାଦନ କରି କମ୍ପାନୀ ଆମଦାନିର ବିକଳ୍ପ ଓ ୨୫ ପ୍ରତିଶତ ବଜାର ଅଂଶ ହାସଲ କରିବାକୁ କମ୍ପାନୀ ଲକ୍ଷ୍ୟରଖିଛି । ପୁନଶ୍ଚ କମ୍ପାନୀ ଏହି ଇଟା ଗୁଡ଼ିକୁ ୟୁରୋପ ଓ ସାରାବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ବଜାର ଗୁଡ଼ିକୁ ରପ୍ତାନି କରିବାକୁ ଯୋଜନା ରଖିଛି ।କମ୍ପାନୀ ଚକ୍ର ବୃଦ୍ଧିଭାବେ ବିଗତ ଦୁଇ ବର୍ଷରେ ୫୦ କୋଟି ଟଙ୍କାର ନିବେଶ କରିିଛି ଏବଂ ଆସନ୍ତା ୫ ବର୍ଷରେ ଏହାର ମୋଟ ରିଫ୍ରାକ୍ଟରି ବ୍ୟବସାୟରେ ୫୦ ପ୍ରତିଶତ ଅଭିବୃଦ୍ଧି ଆଶାରଖିଛି ।
ପୁନଶ୍ଚ ସ୍ଥାନୀୟ ଉତ୍ପାଦନ କ୍ଷମତାକୁ ବଢ଼ାଇବା ଏବଂ ଚଳିତ ଦଶନ୍ଧୀ ଶେଷସୁଦ୍ଧା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରୁଥିବା ଦେଶରେ ପରିଣତ ହେବାଲାଗି ଭାରତ ରଖିଥିବା ଲକ୍ଷ୍ୟସହ ଯୋଡ଼ିହେବା ପାଇଁ କମ୍ପାନୀ ଆସନ୍ତା ୫ ବର୍ଷରେ ଆଉ ୧୦୦ କୋଟି ଟଙ୍କାର କ୍ରମବର୍ଦ୍ଧିଷ୍ଣୁ ପୁଞ୍ଜିନିବେଶ କରିବ । ଏହି ଅବସରରେ ଶ୍ରୀଯୁକ୍ତ ଫଗନ ସିଂକୁଲସ୍ତେ, କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ, ଇସ୍ପାତ ମନ୍ତ୍ରଣାଳୟ କହିଛନ୍ତି ଯେ, “ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ହାସଲ କରିବା ଲାଗି ଆମର ଆମଦାନି ନିର୍ଭର ଶୀଳତାକୁ କମ୍କରିବା ପାଇଁ ସାରାକ୍ଷେତ୍ରର ଶିଳ୍ପକୁ ସେମାନଙ୍କ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।ବର୍ତମାନ ଇସ୍ପାତ ଶିଳ୍ପର କ୍ଷମତା ହେଉଛି ୧୪୨ ନିୟୁତ ଟନ୍ ଯେଉଁଥିପାଇଁ ୧.୨ ନିୟୁତ ଟନ୍ ରିଫ୍ରାକ୍ଟରି ଦରକାର ଏବଂ ୩୦ ପ୍ରତିଶତ ରିଫ୍ରାକ୍ଟରି ଆମଦାନି କରାଯାଉଛି ।ତେଣୁ, ଆମଦାନି ନିର୍ଭରଶୀଳତା କମ୍ କରିବା ଏବଂ ସ୍ୱାବଲମ୍ବୀ ହେବାଲାଗି ଭାରତରେ ରିଫ୍ରାକ୍ଟରି ଉତ୍ପାଦନରେ ଉନ୍ନତି ଆଣିବାର ଆବଶ୍ୟକତାରହିଛି ।ଜାତୀୟ ଇସ୍ପାତ ନୀତି ୨୦୧୭ ରେ ୨୦୩୦-୩୧ ସୁଦ୍ଧା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି ଏବଂ ତାହା ସ୍ଥାନୀୟ ରିଫ୍ରାକ୍ଟରିର ଚାହିଦା ବୃଦ୍ଧିକରିବ ।
ନୂଆ ମ୍ୟାଗ୍ନେସିଆ କାର୍ବନ ଲାଇନ୍ ପାଇଁ ମୁଁ ଡାଲମିଆ-ଓସିଏଲ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଶାକରୁଛି ଯେ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବା ଏବଂ ଇସ୍ପାତଶିଳ୍ପର ଆବଶ୍ୟକତା ପୂରଣ କରିବା ଲାଗିସେମାନେ ଅଧିକ ରିଫ୍ରାକ୍ଟରିଲାଇନ୍ ସ୍ଥାପନ କରିବେ ।ସେହିସମୟରେ, ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ଲାଗି ସମଗ୍ର ଇସ୍ପାତଶିଳ୍ପକୁ ଏକତ୍ରୀତ ହୋଇ ଭାରତୀୟ କେବଳ ଭାରତୀୟ ନିର୍ମାତାଙ୍କ ଠାରୁ କିଣିବା ଗୁରତ୍ୱ ପୂର୍ଣ୍ଣହେବ ଏବଂ ତାହା ଦ୍ୱାରା ସେମାନଙ୍କ ଆମଦାନି ନିର୍ଭରଶୀଳତା ହ୍ରାସ ପାଇବା ଆରମ୍ଭ ହେବ ।’’
ଶ୍ରୀଯୁକ୍ତ ସମୀର ନାଗପାଲ, ସିଇଓ, ଡାଲମିଆ-ଓସିଏଲ୍ କହିଛନ୍ତି ଯେ, “ଡାଲମିଆ ଓସିଏଲ୍ର ମ୍ୟାଗ୍ନେସିଆକାର୍ବନ ଲାଇନ୍କୁ ଉଦ୍ଘାଟନ କରିଥିବା ମନ୍ୟବର ଇସ୍ପାତ କେନ୍ଦ୍ରିୟରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଫଗନ ସିଂହକୁଲସ୍ତେଙ୍କୁ ମୁଁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ରମୋଦୀ ମହାଶୟଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅଧୀନରେ ଏକ ସ୍ୱାବଲମ୍ବୀ ଭାରତ ପାଇଁ ବାସ୍ତବରେ ପ୍ରତିବଦ୍ଧତା ସହିତ ଡାଲମିଆ-ଓସିଏଲ୍ଏହାର ପ୍ରମୁଖ ଅଭିଯାନ “ଭାରତକି ଫ୍ୟାକ୍ଟ୍ରି ମେଁ ଭାରତକି ରିଫ୍ରାକ୍ଟରି” ଆଗକୁ ବଢ଼ାଇଛି ।ଏହା ଜଣାଇବା ମୋତେ ବହୁତ ଖୁସି ଦେଉଛି ଯେ ଆତ୍ମନିର୍ଭରଭାରତ ଅଭିଯାନ ଘୋଷଣାହେବା ପରେ ଏହି ମ୍ୟାଗ୍ନେସିଆକାର୍ବନ ଲାଇନ୍ ହେଉଛି ଭାରତର ପ୍ରଥମ ରିଫ୍ରାକ୍ଟରିଲାଇନ୍ ।’’
“ଏହି ନୂଆଲାଇନ୍ ଅଧୀନରେ ଆମେ ଓଡ଼ିଶାର ରାଜଗାଙ୍ଗପୁର କାରଖାନାରେ ଏମ୍ଜିଓ-ସିଇଟାର ୧୦୮,୦୦୦ ଟନ୍କ୍ଷମତା ସ୍ଥାପନ କରିବୁ ଏବଂ ୩୬,୦୦୦ ଟନ୍ଲେଖାଏଁରେ ତିନିଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକ୍ଷମ କରିବୁ । ଆଜିର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ ଚୀନ୍ରୁ ଆମଦାନିହ୍ରାସ କରିବାରେ ପ୍ରମୁଖ ଭୂମିକା ନିର୍ବାହକରିବ ।ବିଶ୍ୱବଜାର ଅସ୍ଥିରତାରୁ ଆମ ଇସ୍ପାତ ନିର୍ମାତାମାନେ ଆମେଏହାଜରିଆରେ ସୁରକ୍ଷା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛୁ ।