
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ– କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିରରେ ଦର୍ଶନ ମାର୍ଚ୍ଚ ୨୦ ରୁ ବନ୍ଦ ରହିଛି |ସେଥିପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପତିତପାବନ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳୁଛି |ଏହି ସମୟରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇନାହିଁ |ସେହି ସ୍ଥାନରେ କେହି ଶ୍ରଦ୍ଧାଳୁ ଏହି ନିୟମକୁ ମାନିବାକୁ ରାଜି ନୁହଁନ୍ତି |ପୁରୀରେ ଦିନକୁ ଦିନ ଏଭଳି ଢିଲା କାରଣରୁ କରୋନା ସଂକ୍ରମଣ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି |ଓଡିଶାରେ ପ୍ରଥମ ନଂ ରେ ଖୋର୍ଦ୍ଧା, ଦ୍ୱିତୀୟ ନଂ ରେ କଟକ ଓ ତୃତୀୟ ସ୍ଥାନରେ ଏବେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ହୋଇ ପହଞ୍ଚି ସାରିଛି | ତଥାପି ପୁରୀ ଜିଲ୍ଲା ପ୍ରଶାସନ କୌଣସି କଡା ପଦକ୍ଷେପ ନେବାପାଇଁ ଡରୁଛନ୍ତି |ଖୋଲା ଖୋଲି ଭାବେ ଲୋକମାନେ ବୁଲୁଛନ୍ତି |ଶ୍ରୀମନ୍ଦିର ସାମ୍ନାରେ ଦିନ ତମାମ ଭାରି ମାତ୍ରାରେ ଭିଡ଼ ଦେଖିବାକୁ ମିଳୁଛି |ଏବେ ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ଅନଲକ ୪ ଅନୁସାରେ ମିଳିଥିବା ଢିଲା ନିୟମ କାରଣରୁ ଅନ୍ୟ ଜିଲ୍ଲା ଅନ୍ୟ ରାଜ୍ୟରୁ ଶ୍ରଦ୍ଧାଳୁ ପୁରୀକୁ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଉଦେଶ୍ୟରେ ଆସି ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଠାରୁ ନେଇ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଭିଡ଼ ଜମାଇବା ସହିତ ସମୁଦ୍ର କୂଳରେ ମଧ୍ୟ ଭିଡର ଦୃଶ୍ୟ ଦେଖିବାକୁ ମିଳୁଛି |ଯଦି ଏହିଭଳି ରାଜ୍ୟ ବାହାରର ବିଭିନ୍ନ ଜିଲ୍ଲା ରୁ ପୁରୀରେ ଲୋକଙ୍କ ଭିଡ଼ ଲାଗିରହେ |ଆସନ୍ତା ଦିନରେ ଭୟଙ୍କର ସ୍ଥିତି ଦେଖିବାର ଆଶଙ୍କା କରାଯାଉଛି |ଏହି ସବୁ ଦେଖି ଜିଲ୍ଲା ପ୍ରଶାସନ ସତର୍କତା ଅବଲମ୍ବନ କରିବା ପାଇଁ ବୁଦ୍ଧିଜୀବୀ ମାନେ ଦାବୀ କରୁଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO