
ଭଞ୍ଜନଗର :ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିରେନ୍ଦ୍ର ଗୌଡଙ୍କ ଅକାଳ ବିୟୋଗ ଘଟିଛି ା ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ା ଶ୍ରୀ ଗୌଡ ଭଞ୍ଜନଗର ବ୍ଳକର ଜଣେ ଟାଣୁଆ ଶିକ୍ଷକ ନେତା ଥଲେ ା ସେ ଗୌଡ କୁଳର ସଭାପତି ରୂପେ ବି କାର୍ଯ୍ୟଭାର ତୁଲାଉଥିଲେ ା ଜଣେ ପ୍ରଧାନ ଶିକ୍ଷକ ରୂପେ ସେ ନିଜ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମହଲରେ ତଥା ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ ା ଶ୍ରୀମା,ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରଣିତ ଏହି ଶିକ୍ଷକ ଜଣକ ଜଣେ ବନ୍ଧୁବତ୍ସଳ ଶିକ୍ଷକ ରୂପେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅସମୟରେ ଛିଡା ହୋଉଥିଲେ ା ତାଙ୍କରି ଅକାଳ ବିୟୋଗରେ ସମଗ୍ର ଭଞ୍ଜନଗର ବ୍ଳକ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ା ତାଙ୍କ ଶେଷ ଦର୍ଶନ ନିମିତ୍ତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଲଣ୍ଡେଇସାହି ସ୍ଥିତ ବାସଭବନକୁ ଯାଇଥିବା ବେଳେ ଶ୍ରୀ ଗୌଡ ଙ୍କ ଶେଷକୃତ୍ୟ ତାଙ୍କ ପୈତୃକ ଗ୍ରାମ ବୋରିବନ୍ଧ ଠାରେ ସମାପନ ହୋଇଛି ା ବି.ଇ.ଓ ଏସ୍. ଧନଞ୍ଜୟ, ,ବି.ଆର୍.ସି.ସି ହୃଷିକେଷ ସ୍ବାଇଁ,ଡୁମାକୁମ୍ପା ସରପଞ୍ଚ କୁଞ୍ଜଲତା ପ୍ରଧାନ, ସମିତି ସଭ୍ୟ ଟୁକୁନା ସାହୁ, ସି.ଆର୍.ସି.ସି ତ୍ରିନାଥ ବେହେରା ,ଅଲ୍ଓଷ୍ଟା ସଭାପତି ଜଗବନ୍ଧୁ ଜେନା, ଓଷ୍ଚା କାର୍ଯ୍ୟକାରୀ ସଭାପତି ସନ୍ତୋଷ ଜେନା , ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ର ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରମୁଖ ଅମର ଆତ୍ମାର ସଦଗତି କାମନା କରି ଶୋକ ପ୍ରକାଶ କରିଛନ୍ତି ା ପ୍ରକାଶ ଥାଉ କି ଶ୍ରୀ ଗୌଡ ଅଳ୍ପ କିଛିଦିନ ହେଲା ଜ୍ବର ଓ ୟୁରିନ ଇନଫେକସନ ରେ ଆକ୍ରାନ୍ତ ଥିଲେ । ଆଜି ସକାଳ 5ଟା ରେ ସେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ସୂତ୍ରରୁ ପ୍ରକାଶ ାା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO