
ବେଲଗୁଣ୍ଠା -ବେଲଗୁଣ୍ଠା ବଣିକ ସଂଘର ପୁର୍ବତନ ସଭାପତି ରୋଟାରିଆନ୍ ସନ୍ତୋଷ କୁମାର ପାତ୍ର ଗତ ଜୁଲାଇ ମାସରେ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବେଲଗୁଣ୍ଠା ବଣିକ ସଂଘ ଓ ଭଞ୍ଜନଗର ରୋଟାରି କ୍ଳବ ମିଳିତ ଆନୁକୂଲ୍ୟରେ ବାଙ୍କବଜାରସ୍ଥିତ ଭି.ରବୀନ୍ଦ୍ର କୁମାର ପାତ୍ରଙ୍କ ବାସଭବନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି ।ମୁଖ୍ୟ ଅତିଥି ଭାବରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଯୋଗ ଦେଇ ଶିବିର ଉଦଘାଟନ କରିଥିବା ବେଳେ ରକ୍ତ ଦାନ ସବୁଠାରୁ ମହତ ଦାନ ହୋଇଥିବା ବେଳେ କରୋନା ମହାମାରୀ ବେଳେ ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି ।ରକ୍ତ ଅଭାବକୁ କିଛି ମାତ୍ରାରେ ପରିହତ କରିବା ପାଇଁ ବେଲଗୁଣ୍ଠା ବଣିକ ସଂଘର ଏହି ପ୍ରୟାସ ପ୍ରଶଂସନୀୟ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।ସ୍ୱତନ୍ତ୍ର ଅତିଥି ଭାବରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେଇ ନିଜେ ରକ୍ତଦାନ କରିବା ସହ ରକ୍ତ ଦାନ ଦ୍ୱାରା ଆମେ ଅନ୍ୟର ଜୀବନ ବଞ୍ଚାଇ ପାରିବା ଏବଂ ରକ୍ତର ଅଭାବ ପୁରଣ କରିପାରିବା ବୋଲି କହିଥିଲେ ।କିଛି ସମୟପରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ସ୍ୱର୍ଗତ ପାତ୍ରଙ୍କ ସ୍ମୃତିଚାରଣ କରିବା ସହ ଏହି କାର୍ଯ୍ୟକ୍ରମ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ବୋଲି କହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ୮ ଜଣ ମହିଳାଙ୍କ ସମେତ ମୋଟ ୫୦ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଭଞ୍ଜନଗର ରୋଟାରି କ୍ଳବ ସଭାପତି ପଞ୍ଚାନନ ମିଶ୍ର, ରଞ୍ଜିତ ବାରିକ,ଆନ୍ଧ୍ର ବ୍ୟାଙ୍କ ପରିଚାଳକ ଦିଲ୍ଲୀପ କୁମାର ରାଉତ,ବଣିକ ସଂଘ ଉପସଭାପତି କାଳୁଚରଣ ପଣ୍ଡା,ସମ୍ପାଦକ କୈଳାସ ମହାପାତ୍ର,ସହ-ସମ୍ପାଦକ ପ୍ରଭାତ କୁମାର ସାହୁ,କୋଷାଧ୍ୟକ୍ଷ ସନ୍ନତ କୁମାର ସୁବୁଦ୍ଧି,ରୋଟାରିଆନ୍ ଭି.ଦେବୀ ପ୍ରସାଦ ପାତ୍ର,ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର,ସନ୍ତୋଷ ସୁବୁଦ୍ଧି ଏବଂ ସ୍ୱର୍ଗତ ସନ୍ତୋଷ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO