
ମାଲକାନଗିରି– ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ ନୀତି ନିୟମକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର ନିର୍ମାଣ କରି ଆସୁଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆଜି ଓଡିଶା ସୀମାନ୍ତ ମୋଟୁ ର ମୁରାଳିଗୁଡା ଠାରେ ଅନୁଷ୍ଠିତ ହୋଇଛି। ସିଲେରୁ ଏବଂ ସାବେରୀ ନଦୀର ଉଭୟ କୂଳରେ ଆଡିବନ୍ଧ ତିଆରି କରି ପୋଲାଭରମର ପଛୁଆ ଜଳକୁ ଓଡିଶା ଓ ଛତିଶଗଡ଼ ସୀମାରେ ନ ପହଞ୍ଚାଇବା ସାଙ୍ଗକୁ କ୍ଷତିଗ୍ରସ୍ତଙ୍କୁ ଥଇଥାନ କିମ୍ବା କ୍ଷତିପୂରଣ ନ ଦେବାକୁ କେନ୍ଦ୍ର ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଗତବର୍ଷ ଦାଖଲ କରିଥିଲେ । ଆଡ଼ିବନ୍ଧ ନିର୍ମାଣକଲେ ବର୍ଷାଦିନେ ଜିଲ୍ଲାର ବିଭିନ୍ନ ନଦୀନାଳ ର ବନ୍ୟପାଣି ନିଷ୍କାସନ ନହେବାଦ୍ୱାରା ଆଉ ଅଧିକ ଗ୍ରାମ ବୁଡ଼ିଅଞ୍ଚଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଆନ୍ଧ୍ର ସରକାର ଓଡିଶା ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ “ପାପ” ଅଧ୍ୟକ୍ଷ ଶ୍ରୀ ହନ୍ତାଳ ଦାବି କରିଛନ୍ତି। ଆଜିର ଏହି ପ୍ରାରମ୍ଭିକ ସଚେତନତା କାର୍ଯ୍ୟକ୍ରମରେ “ପାପ୍” ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ଏବଂ ମୋଟୁ, ପୁସୁଗୁଡ଼ା, ମାଲବରମ ପଂଚାୟତ ର ଗ୍ରାମବାସୀ ସହ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ଏହି ଅଞ୍ଚଳ ବାସୀ ର ଜନସାଧାରଣ ମାନେ ଦାବି କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO