ଭୁବନେଶ୍ୱର – ଆସନ୍ତା ୨୧ ତାରିଖରେ ଅନୁÂିତ ହେବାକୁ ଯାଉଥିବା ବିଜେପୁର ଉପନିର୍ବାଚନ ଲାଗି ପ୍ରଚାର କରିବା ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରାଯାଇଛି । ଶାସକ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାର ମଙ୍ଗ ଧରିବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତା ୧୭ ଓ ୧୮ ତାରିଖ ଦିନ ବିଜେପୁରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋ କରିବେ ।ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆ·ର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ, ନିରଂଜନ ପୂଜାରୀ ପ୍ରମୁଖ ରହିଛନ୍ତି । ବିଜେଡିର ସମସ୍ତ ସାଂସଦ, ମନ୍ତ୍ରୀ , ବିଧାୟକ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛନ୍ତି ।
ସେହିପରି ବିରୋଧୀ ଦଳ ବିଜେପି ପକ୍ଷରୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡଙ୍ଗୀ , ସ୍ମୃତି ଇରାନୀ , ଜେ.ପି ନଡ୍ଡା , ଓଡିଶା ପ୍ରଭାରୀ ଅରୁଣ ସିଂହ , ରାଜ୍ୟ ସଭାପତି ବସନ୍ତ ପଣ୍ଡା , ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ସାଂସଦ ଓ ବିଧାୟକମାନେ ବିଜେପୁର ପାଇଁ ପ୍ରଚାର କରିବେ ।
ଅପରପକ୍ଷରେ କଂଗ୍ରେସ ମଧ୍ୟ ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ, ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର ,ପ୍ରଦୀପ ମାଝି, ରଞ୍ଜୀବ ବିଶ୍ୱାଳ, ଚିରଂଜୀବ ବିଶ୍ୱାଳ , ସୁରେଶ ରାଉତରାୟ ପ୍ରମୁଖ ରହିଛନ୍ତି ।
ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାପାଇଁ ଏହି ଦଳର ନେତାମାନେ ବିଜେପୁର ମୁହାଁ ହୋଇଛନ୍ତି । ଦଳର ସମ୍ମାନ ରକ୍ଷା କରିବା ନେଇ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଜେପୁରରେ ବିଜୟ ସମସ୍ତ ଦଳ ପାଇଁ ସମ୍ମାନର ବିଷୟ ହୋଇଛି ।
ସୂଚନାଯୋଗ୍ୟ ଯେ ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦୁଇଟି ନିର୍ବାଚନ ମଣ୍ଡଳୀ ହିଂଜିଳି ଓ ବିଜେପୁର ଆସନରୁ ଲଢିଥିଲେ । ଉଭୟ ଆସନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ବର୍ତମାନ ଏହି ଆସନ ଖାଲି ପଡିଥିବା ବେଳେ ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ଅନୁÂିତ ହେବ । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲୁଥିବା ବେଳେ ୩ ରାଜନୈତିକ ଦଳର ଷ୍ଟାର ପ୍ର·ରକଙ୍କ ତାଲିକା ଜାରି ହୋଇଛି ।