
ବ୍ରହ୍ମପୁର: ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା, ଗ୍ରାହକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଖରା ବର୍ଷାରୁ ରକ୍ଷା ପାଇଁ ଗ୍ରୀନ୍ ରୁଫ ନିର୍ମାଣ ଓ ଡାକ ବିଭାଗର ଜମାରାଶି ଯୋଜନା ଗୁଡିକର ପ୍ରଚାର ପ୍ରସାରଲାଗି ପଦକ୍ଷେପ ନେବା ଦାବିନେଇ ଶନିବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପୋଷ୍ଟମାଷ୍ଟର ଜେନେରାଲଙ୍କୁ ସାକ୍ଷାତକରି ସ୍କାରକପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ଦୈନିକ ହଜାର ହଜାର ଗ୍ରାହକ ଆସୁଥିଲେ ବି ସେମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାରେ ଡାକ ବିଭାଗ କର୍ତ୍ତୃପକ୍ଷ ଦୀର୍ଘଦିନରୁ ଅବହେଳା କରି ଆସୁଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯିବାକୁ ବାରମ୍ବାର ଅଭିଯୋଗ କରାଗଲେ ବି ସେଥିପ୍ରତି ଧ୍ୟାନ ନଦେବା ଓ ବର୍ତ୍ତମାନର କରୋନା ସମୟରେ ବି ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ ଆଦି ୩ଟି ପ୍ରମୁଖ ଦାବିନେଇ ମଞ୍ଚ ଆବାହକ ଆଇନ୍ଜୀବୀ ଅବନୀ ଗୟାଙ୍କ ସହ ଶିକ୍ଷକ ସଙ୍ଗଠନ ନେତା ଶ୍ୟାମସୁନ୍ଦର ଖାଡଙ୍ଗା, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା, କ୍ରାନ୍ତିକାରୀ କୃଷକ ସଭାର ପି.ପାର୍ବତୀ, ଯୁବନେତା ଶ୍ରୀନିବାସ ରାଓ, ଶିବ ସୁନ୍ଦର ରଥ ପ୍ରମୁଖ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୫ଦିନ ମଧ୍ୟରେ ସମସ୍ୟାଗୁଡିକର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟହେବେ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ସମସ୍ତ ସଦସ୍ୟ ଚେତାବନୀ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO