
ବ୍ରହ୍ମପୁର: ଆଙ୍କୋଲି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଘର ଘର ବୁଲି ବହି, ଔଷଧ ବଣ୍ଟନ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଓ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଏଲ୍.ସୁଦାମ ଦାସ ଯୋଗଦେଇ “ଉଜ୍ଜଳ ଉତ୍ୱାନ’’ ବହି ଓ ଭିଟାମିନ ଔଷଧକୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କନକ କୁମାରୀ ପଣ୍ଡା, ନିଳେନ୍ଦ୍ରୀ ବ୍ରହ୍ମା, ନମିତା ମହାପାତ୍ର, ସବିତା ଶତପଥୀଙ୍କ ସମେତ ବହୁ ଶିକ୍ଷୟିତ୍ରୀ ଘର ଘର ବୁଲି ବହି ଓ ଔଷଧ ବଣ୍ଟନ କରିବା ସହ କରୋନାରୁ ମୁକ୍ତି ପାଇଁ ସଚେତନତା କରିଥିଲେ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ନିୟମିତ ପିନ୍ଧିବା, ହାତ ସଫା କରିବା ପ୍ରଭୃତି ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO