ବ୍ରହ୍ମପୁର: ଏଲ୍ଆଇସି ବ୍ରହ୍ମପୁର ମଣ୍ଡଳ ତରଫରୁ ସମସ୍ତ ଶାଖା କାର୍ଯ୍ୟାଳୟ ଦ୍ୱାରା ବିଶେଷ କ୍ଲେମ୍ ପେମେଣ୍ଟ ଅଭିଯାନ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଶଙ୍କର ପ୍ରସାଦ ପରିଚ୍ଛାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଉଦ୍ଦେଶ୍ୟରେ ସମସ୍ତ ଅଭିକର୍ତ୍ତା, ଉନ୍ନୟନ ଅଧିକାରୀ ତଥା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଜଣାଇ ୩୦ତାରିଖ ସୁଦ୍ଧା ପୈଠ କରନ୍ତୁ । ଏହି ଆର୍ଥିକ ବର୍ଷ ମଧ୍ୟରେ ଯେଉଁମାନଙ୍କର ମ୍ୟାଚୁରିଟି, ମନିବ୍ୟାକ୍ ପାଇବାର ଅଛି ଶାଖା କାର୍ଯ୍ୟାଳୟରେ ନିଜର ପଲିସି ଦସ୍ତାବେଜ ତଥା ଏନ୍ଇଏଫ୍ଟି ଦାଖଲ କରନ୍ତୁ । ଫଳରେ କ୍ଲେମ ଦେୟ ସମୟ ପୂର୍ବରୁ ପୈଠ କରିବାରେ ସକ୍ଷମ ହୋଇପାରିବୁ । ଏହାସହ ସମସ୍ତ ପଲିସିଧାରୀ ନିଜର ମୋବାଇଲ ନମ୍ବର ଶାଖା କାର୍ଯ୍ୟାଳୟରେ ନଥିଭୁକ୍ତ କରାଇ ଏସ୍ଏମ୍ଏସ୍ ଜରିଆରେ ପଲିସି ସମ୍ବନ୍ଧିତ ସମସ୍ତ ପ୍ରକାର ସୂଚନା ପ୍ରାପ୍ତ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।
Related Stories
November 23, 2024