
ବ୍ରହ୍ମପୁର: ବ୍ରହ୍ମପୁର ସହରର ଅନେକ ଅଞ୍ଚଳରେ ଗରିବ ଜନସାଧାରଣ ରହିଛନ୍ତି । ଏଭଳି କିଛି ଲୋକଙ୍କ ଖବର ସୋସିଆଲ୍ ମିଡିଆ ଏବଂ ଖବର କାଗଜରେ ପ୍ରକାଶିତ ହେବା ପରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜନ୍ମିତ ବିବେକ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ଇପ୍ସିତା ପଟ୍ଟନାୟକ ବ୍ରହ୍ମପୁର ସହରର ଗରିବ ପରିବାରଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି । ଏହି ଦମ୍ପତି ଗତ କିଛି ବର୍ଷ ହେଲା ମାଲେସିଆର କ୍ୱାଲାଲାମ୍ପୁର ସହରରେ ରହୁଛନ୍ତି । ସେମାନେ ତାଙ୍କ ବନ୍ଧୁ ଚିରଞ୍ଜିତ ରାଜଗୁରୁଙ୍କ ସହ ଯୋଗାଯୋଗ କରି ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ରହୁଥିବା ଲେପ୍ରସି କଲୋନୀର ପ୍ରାୟ ୩୭ ପରିବାର ଏବଂ ନିକଟରେ ରହୁଥିବା ଅନ୍ୟ ୧୩ଟି ପରିବାରକୁ ମିଶାଇ ମୋଟ ୫୦ ପରିବାରକୁ ୧୫ ଦିନର ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଶନିବାର ସକାଳେ ବିବେକ ପଟ୍ଟନାୟକଙ୍କ ବନ୍ଧୁ ଚିରଞ୍ଜିତ ରାଜଗୁରୁଙ୍କ ସହଯୋଗରେ ଆଇନଜୀବୀ ସୁର୍ଯ୍ୟକାନ୍ତ ସୁବୁଦ୍ଧି, ଅସିତ ସାବତ, ତାପସ ସାହୁ, ସାମ୍ବାଦିକ ପ୍ରହଲ୍ଲାଦ ସାହୁଙ୍କ ଜରିଆରେ ଚାଉଳ, ତେଲ, ସୋୟାବିନ୍, ଚୁଡା, ସୂଜି, ଡାଲି ଏବଂ ଅଟା ଗରିବ ପରିବାରଙ୍କୁ ଦିଆଯାଇଥିଲା । ବିଦେଶରେ ରହି ମଧ୍ୟ ଜଣେ ଯୁବ ଇଞ୍ଜିନିୟର ଏହି ସହଯୋଗର ହାତ ବଢାଇଥିବା ଯୋଗୁଁ ଏହାକୁ ବିଭିନ୍ନ ମହଲରେ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସେହିପରି ସ୍ଥାନୀୟ ଜଗବନ୍ଧୁ ସାହି ବନ୍ଧ ହୁଡାରେ ରହୁଥିବା ଆଉ ଏକ ଗରିବ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ପ୍ରଦୀପ କୁମାର ବେହେରାଙ୍କୁ ସହଯୋଗର ହାତ ବଢାଇଛନ୍ତି । ପରିବାରର ଜିତୁ ବେହେରାଙ୍କ ଜରିଆରେ ୧୫ ଦିନର ରାସନ ସାମଗ୍ରୀ ଉକ୍ତ ପରିବାର ନିକଟରେ ପହଞ୍ଚାଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO