
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, କରୋନା ମହାମାରୀ ଯୋଗୁ ସାରା ଜନ ସମାଜ ଅସ୍ତ ବ୍ୟସ୍ତ ହୋଇପଡିଛି |ତେବେ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ମଧ୍ୟ ଜୀବନ ଜୀବିକା ହରେଇ ବସିଛନ୍ତି |ରୁଦ୍ରସେନା ଯୁବଶକ୍ତି କେବଳ ଅନାହାର ନିରୀହ ଲୋକମାନଙ୍କ ସହାୟତା ଲାଗି ସଦାସର୍ବଦା ତତ୍ପର ରହିଛି |ତେବେ ଆଜି ରୁଦ୍ରସେନା ପକ୍ଷରୁ ପୁରୀର ସ୍ଥାନୀୟ ଲାଇଟ ହାଉସ ସ୍ଥିତ ଖ୍ରୀଷ୍ଟ ଜ୍ୟୋତି ଆଶ୍ରମର ଭିନ୍ନକ୍ଷମ ଅନ୍ତେବାସୀ ଙ୍କୁ କରୋନା ସଂକ୍ରମଣ ରୁ ରକ୍ଷା କରିବା ଲାଗି କିଛି ସାନିଟାଇଜର, ମାସ୍କ ଓ ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯିବା ସହ କରୋନା ସଂକ୍ରମଣରୁ କିପରି ରକ୍ଷା ପାଇବେ ସେ ସମ୍ପର୍କରେ ସଚେତନ କରାଇଥିଲେ |ଆଗାମୀ ଦିନରେ ଅସହାୟ ଏବଂ ଗରିବ ଲୋକଙ୍କୁ ସହାୟତା ନିମନ୍ତେ ସଦା ସର୍ବଦା ଏହିପରି ଭାବେ କାର୍ଯ୍ୟ କରିଆସୁଥିବ |ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କରୋନା ନିୟମକୁ ମାନି କାର୍ଯ୍ୟକ୍ରମ ସମାପନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO