
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଗତ ତା -14-09-2020ତାରିଖ ଦିନ ଜଗନ୍ନାଥ ପ୍ରସାଦ ର ଜଣା ଶୁଣା ସମାଜ ସେବି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବ୍ରଜକିଶୋର ଚଉଧୁରୀ ଙ୍କ 71ବର୍ଷ ବୟସ ରେ ପରଲୋକ ଘଟିଛି -ସେ ଗତ ସାତ ଦିନ ହେବ ବ୍ରହ୍ମପୁର ମେଡିକାଲ ରେ ଚିକିଛିତ ହୋଉଥିଲେ ଗତ କାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଅବନତି ଆସିବାରୁ ତାଙ୍କ ପରିବାର ବର୍ଗ ତାଙ୍କୁ ବ୍ରହ୍ମପୁର ରୁ ବିଶାଖାପାଟଣା କୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୁର୍ତ୍ତୁ ଘଟିଥିଲା.ଶ୍ରୀ ଚୌଧୁରୀ ଜଗନ୍ନାଥ ପ୍ରସାଦ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା କରି ପରବତୀ ସମୟରେ ବିଆରସିସି ଓ ଶେଷରେ ବିଡିପୁର ନୋଡାଲ ସ୍କୁଲରେ ପ୍ରଧାନ ଶିକ୍ଷକ ରୁ ଅବସର ଗ୍ରହଣ କରିଥିଲେ ସେ ମୁର୍ତ୍ତୁ ପର୍ଯ୍ୟନ୍ତ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଅରବିନ୍ଦ ସ୍କୁଲରେ ସମ୍ପାଦକ ପଦବୀରେ କାର୍ଯ୍ୟ କରୁଥିଲେ ସେ ଜଣେ ମହାନ ବ୍ୟକ୍ତି, ଆଦର୍ଶ ଶିକ୍ଷକ, ସାହିତିକ, ସମାଜ ସେବି, ନାଟ୍ୟ ପ୍ରେମୀ ରେ ଜଣାଶୁଣା ତାଙ୍କର ଦେହାନ୍ତ ସମୟରେ ତାଙ୍କ ସହ ଧର୍ମିଣୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଭାଗ୍ୟ ଚୌଧୁରୀ ବଡ ପୁତ୍ରବବୁଲ, ସାନ ପୁତ୍ର ଚିନ୍ମୟ, ଏକ ମାତ୍ର ଝିଅ ପ୍ରୀତି ଏବଂ ଜାମାତା ନାରାୟଣ ସାହୁ ଉପସ୍ଥିତ ଥିଲେ ତାଙ୍କ ମର ଶରୀର କୁବୋଡା ନଦୀ ସ୍ଥିତ ସ୍ମଶାନ ରେ ଶେଷକୂର୍ତ୍ୟ ହୋଇଛି ସେଠାରେ ଅଧ୍ୟାପକ ଲୋକନାଥ ମହାନ୍ତି, ସରପଞ୍ଚ ଦବୀପ୍ରସାଦ ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ କିଶୋର ଭୂୟାଁ, ତୋଫାନ ସାମଲ,ଯୁବ ନେତା ଲିଟୁବେହେରା, ସୁରକ୍ଷା ସ୍ୱେଚ୍ଛାସେବୀ ସଭାପତି ସରୋଜ କୁ ନାୟକ, ସ୍ୱେଚ୍ଛାସେବୀ କା କାହ୍ନ ପ୍ରଧାନ, ସାମ୍ବାଦିକ ବିଭୁ ପ୍ରସାଦ ପଟ୍ଟନାୟକ, ସାମ୍ବାଦିକ ଦିଗାମ୍ବର ନାୟକ, ବଣିକ ସଙ୍ଘ ସମ୍ପାଦକ ଅମିତାଭ ମହାପାତ୍ର, ବେଣୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO