Related Stories
November 23, 2024
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଦୁର୍ଗାପୂଜା ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ । ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ଏବଂ କୈଣସି ପରିସ୍ଥିତିରେ ପୂଜା ମଣ୍ଡପ ନିକଟରେ ୭ ଜଣରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ । ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ହେବ । ମନୋରଞ୍ଜନ କାର୍ଯ୍ୟକ୍ରମ, ଡାକବାଜି ଯନ୍ତ୍ର, ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଗାଇଡଲାଇନ ଉଲଘଂନ କଲେ ସଂପୃକ୍ତ ମଣ୍ଡପ କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟି ଡିଏସପି ଶ୍ରୀ କ୍ଷୀରସାଗର ନାୟକ କହିଛନ୍ତି । ଭସାଣି ସମୟରେ କୈଣସି ଶୋଭାଯାତ୍ରା ହେବନାହିଁ ଏବଂ ପ୍ରଶାସନ ପକ୍ଷରୁ ଚିହ୍ନିତ ନିର୍ଦ୍ଧିଷ୍ଟ ସ୍ଥାନରେ ମୂର୍ତ୍ତି ବିସର୍ଜନ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ବିଭିନ୍ନ ଥାନାଧିକାରୀ ଏବଂ ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।