
ବ୍ରହ୍ମପୁର: ରାୟଗଡା ଜିଲ୍ଲା ମୁନିଗୁଡା ଥାନାରେ କାର୍ଯ୍ୟରତ ଇନ୍ସିପେକ୍ଟର ରାଜେନ୍ଦ୍ର ଦେହୁରୀ କରୋନାରେ ଆକ୍ରାନ୍ତ ହୋଇ କନିଷିସ୍ଥିତ ଅଶ୍ୱିନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ଅପରାହ୍ନରେ ମୃତ୍ୟୁବରଣ କରିଥିଲେ । ଶୁକ୍ରବାର ଦିନ ପୂର୍ବାହ୍ନରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବ୍ରହ୍ମପୁର ଜିଲ୍ଳା ପୋଲିସ ଓ ରାୟଗଡା ଏସ୍ପି ଡ. ଶ୍ରବଣ ବିବେକ ଏମ୍ଙ୍କ ଉପସ୍ଥିତିରେ ଗାର୍ଡ ଅଫ୍ ଅନର ଦିଆଯାଇ ସ୍ଥାନୀୟ ନିଳକଣ୍ଠେଶ୍ୱର ଶ୍ମଶାନରେ ରୀତିନୀତି ଅନୁସାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତ ଦେଉରୀଙ୍କ ମା’ବାପାଙ୍କ ସମେତ ତାଙ୍କ ଧର୍ମପତ୍ନୀ ଓ ଏକମାତ୍ର ଝିଅ ଉପସ୍ଥିତରହି ଶେଷ ଦର୍ଶନ କରିଥିଲେ । ଏହି ଅବସରରେ ରାୟଗଡା ଏସ୍ପି ଡ. ବିବେକଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅତିରିକ୍ତ ଏସ୍ପି ପ୍ରଶାନ୍ତ ମିଶ୍ର, ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି, ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ ସୋରେନ, ରିଜର୍ଭ ଇନ୍ସିପେକ୍ଟର ଦିଲ୍ଲୀପ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲାର ଜଣେ ଦକ୍ଷ ଓ ସମସ୍ତଙ୍କ ଅତି ପରିଚିତ ଓ ନିକଟତର ଇନ୍ସିପେକ୍ଟର ଶ୍ରୀ ଦେଉରୀ ଜଣେ ମେଳାପି ଅଧିକାରୀ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO