-
ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଗୁରୁତ୍ୱ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନୂତନ କମିଶନର ଭାବେ ଶୁକ୍ରବାର ପୂର୍ବାହ୍ନ ୧୧.୩୦ମିନିଟ୍ରେ ସିଦ୍ଧେଶ୍ୱର ବାଳିରାମ ବୋନ୍ଦାର ଦାୟୀତ୍ୱ ଗ୍ରହଣ କରିଛନ୍ତି । କମିଶନର ଦାୟୀତ୍ୱରେ ଥିବା ଚକ୍ରବତ୍ତି ସିଂ ରାଥୋଡଙ୍କ ଠାରୁ ସେ ଦାୟୀତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ କମିଶନର ଥିବା ରାଥୋଡଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି ହେବାପରେ ରାୟଗଡା ଜିଲ୍ଲାର ଗୁଣପୁର ଉପଜିଲ୍ଲାପାଳ ଦାୟୀତ୍ୱରେ ଥିବା ୨୦୧୬ ବ୍ୟାଚ୍ର ସିଦ୍ଧେଶ୍ୱର ବାଳିରାମଙ୍କୁ ରାଜ୍ୟ ସରକାର ବିଏମ୍ସି କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଦାୟୀତ୍ୱ ଗ୍ରହଣପରେ ସେ କହିଛନ୍ତି ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବାସହ ସମସ୍ତଙ୍କ ସହ ଯୋଡିହୋଇ ମହାନଗର ନିଗମକୁ ସର୍ବାଗ୍ରରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ରହିବ । ଏହାସହ ସହରର ବୃଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷାକରି ସହରକୁ ସରସ ସୁନ୍ଦର କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ଓ ପରିମଳମୁକ୍ତ କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ । ଦାୟୀତ୍ୱ ଗ୍ରହଣ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଉପସ୍ଥିତ ଥିଲେ । ଏହାସହ ଅନୁରୂପ ଭାବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ବିଡିଏ ଉପାଧ୍ୟକ୍ଷ ଦାୟୀତ୍ୱ ମଧ୍ୟ ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ଠାରୁ ଗ୍ରହଣ କରିଥିବା ଜଣାପଡିଛି । ବିଡିଏ ସଚିବ ସମ୍ବିତ ରାଉତଙ୍କ ସହ ବିଡିଏର ସମସ୍ତ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO