ବ୍ରହ୍ମପୁର:କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ ଚୌଧୁରୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଡେଙ୍ଗାପଦର ଗ୍ରାମର ମୁଖ୍ୟରାସ୍ତାରୁ ବାହାରି ଗ୍ରାମ ପରିକ୍ରମା କରି ପଂଚାୟତ କାର୍ଯ୍ୟାଳୟ ଠାରେ ଗୋଟିଏ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବ୍ଲକ ଚେୟାରମ୍ୟାନ କମାକ୍ଷାପ୍ରସାଦ ପାତ୍ର, ଡେଙ୍ଗାପଦର ସରପଞ୍ଚ ସୀତାରାମ ସାହୁ , ସମିଟିସଭ୍ୟା ମାମିନି ମଲ୍ଲିକ, ପାଇକାରି ଭଣ୍ଡାର ସଭାପତି ସୁଧୀର ରାଉତ ଯୋଗଦାନ କରିଥିଲେ। ଏହି ପଦଯାତ୍ରା ସେପ୍ଟେମ୍ବର ୦୨ ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ପଂଚାୟତ ରେ ଚାଲିବ । ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନସାଧାରଣଙ୍କୁ ଅହିଂସା ଆପଣେଇବା ଓ ପ୍ଲାଷ୍ଟିକ ବ୍ୟବହାର କୁ ବର୍ଜ୍ଜନ କରିବା ବିଷୟରେ ସଚେତନ କରାଯାଇଥିଲା । ଏଥି ସହିତ ନବୀନ ସରକାରଙ୍କ ଜନସାଧାରଣଙ୍କ ଉନ୍ନତି ପାଇଁ ଯେଉଁ ଯୋଜନା ଗୁଡିକ ଲାଗୁ କରାଯାଇଛି ସେହିବିଷୟରେ ବକ୍ତା ମାନେ ଲୋକଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମହରି ଜେନା, ଗୋବିନ୍ଦ ଗୌଡ଼, ନରସିଂହ ସାହୁ, ରଘୁ ପାତ୍ର, ଭଗବାନ ସ୍ୱାଇଁ , ଦଣ୍ଡ ପଣ୍ଡା, କାଳୁ ବେହେରା , ଶିବରାମ ପାତ୍ର ଙ୍କ ସମେତ ଶତାଧିକ ବିଜୁପ୍ରେମୀ ଜଗଦାନ କରିଥିଲେ ।