
ଭଞ୍ଜନଗର – ଭଞ୍ଜନଗର ଡି.ଏ.ଭି ପି.ଟି ଏସ. ଆର ସ୍କୁଲ ପରିସରରେ ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହ ରେ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଅଧିକାରୀ ଏସ.ଧନଞ୍ଜୟ ଓ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ମୁଖ୍ୟ ଅମର ନାଥ ରଥ ଓ ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ l ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ର ଛାତ୍ରୀ ମାନେ ପରିବେଷଣ କରିଥିଲେ l ଏହାପରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ ସମ୍ପର୍କିତ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜନସଚେତନତା ସୃଷ୍ଟି କରାଯାଇଥିଲା l ଏଥିରେ ବିଦ୍ୟାଳୟ ର ସ୍କାଉଟ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l