
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୯/୦୯/୨୦୨୦,ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍ ତରଫରୁ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସର ରେ କରୋନା ମହାମାରୀ ଭୟଙ୍କର ପରିସ୍ଥିତି ସତ୍ବେ ପୀଡ଼ିତ ଦୁର୍ଘଟଣା ଗ୍ରସ୍ତ ବୟସ୍କ ଗୋବଂଶର ସେବା ଓ ଚିକିତ୍ସାରେ ଅକୁଣ୍ଠ ସହଯୋଗ ନିମନ୍ତେ ପ୍ରାଣୀ ଚିକିତ୍ସକ, ପ୍ରାଣୀ ଧନ ନିରୀକ୍ଷକ, ଓ ଚିକିତ୍ସା ସହାୟକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଅଛି । ଚଳିତ ବର୍ଷ କରୋନା ମହାମାରୀ ପ୍ରତିବନ୍ଧିତ ସମୟରେ ସମଗ୍ର ବିଶ୍ୱ କରୋନା ମହାମାରୀ ର ପ୍ରକୋପ ରୁ ବଞ୍ଚିବା ପାଇଁ ବ୍ୟସ୍ତ ଥିବା ବେଳେ ପ୍ରାଣୀ ଚିକିତ୍ସକ ଓ ସହାୟକ ମାନେ ଗୋ ବଂଶ ର ସେବା ଓ ସେମାନଙ୍କ ର ଖାଦ୍ୟ ପେୟ ବ୍ୟବସ୍ଥା ପ୍ରତି ଜାଗ୍ରତ ପ୍ରହରୀ ରୂପେ ସମସ୍ତ ପ୍ରାଣୀ ଜଗତର ଅସୁସ୍ଥତା ସମୟରେ ନିଜ ପରିବାର କୁ ପଛରେ ପକାଇ ନିଜ ଜୀବନ କୁ ବାଜି ଲଗାଇ କରୋନା ବ୍ୟାପିଥିବା ଅଞ୍ଚଳ ରେ ବହୁ ବାଧାବିଘ୍ନ ସତ୍ତ୍ଵେ ପହଞ୍ଚି ବାକ୍ ଶକ୍ତି ନଥିବା ପ୍ରାଣୀ ଜଗତର ସେବା ଓ ଚିକିତ୍ସା ପ୍ରଦାନ କରି ସେମାନଙ୍କୁ ନୂଆ ଜୀବନ ପ୍ରଦାନ କରିଥିଲେ।ସେ ସମସ୍ତ କର୍ମକର୍ତ୍ତାଙ୍କୁ ଗୋଶାଳା, ଗୋବଂଶର ସେବା ଓ ସୁରକ୍ଷା, ନିମନ୍ତେ ସମର୍ପିତ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍ ତରଫ ରୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରସନ୍ନ କୁମାର ପୃଷ୍ଟି, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଉମେଶ ଚନ୍ଦ୍ର ବେହେରା, ପୁରୀ ନଗର ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ସମେତ ୧୮ ଜଣଙ୍କୁ ମୁଖ୍ୟ ଅତିଥି ସ୍ୱମୀ ଗୁରୁପ୍ରସାଦାନନ୍ଦ, ଉପଦେଷ୍ଟା ଥାଟରାଣୀ ଶ୍ରୀମତୀ ସୋମାଦେବୀ ସମ୍ପାଦକ ଶ୍ରୀ ଗୋବିନ୍ଦ ପ୍ରସାଦ ମହାନ୍ତି, କୋଷାଧ୍ୟକ୍ଷ ରାମନାରାୟଣ ପୂଜାପଣ୍ଡା,ଶରତ ଜୟସିଂହ, ସୈାମେନ୍ଦ୍ର ଦାସ, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ପର୍ଯ୍ୟାୟ କ୍ରମେ ୨୨୦ ଜଣ ପ୍ରାଣୀ ଚିକିତ୍ସକ ଏବଂ ଚିକିତ୍ସା ସହାୟକ ମାନଙ୍କୁ ପ୍ରତି ବ୍ଳକରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯିବାର ଯୋଜନା ଅଛି। ଏହି ଉତ୍ସବକୁ ହୃଷିକେଶ ତ୍ରିପାଠୀ, ଚିନ୍ମୟୀ ଦେଓ, ପ୍ରମୋଦ ସାହୁ ଓ ଅନ୍ୟ ଗୋସେବକ ବୃନ୍ଦ ପରିଚାଳନା ରେ ସହଯୋଗ କରିଥିଲେ।
ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍ ର ସମ୍ପାଦକ ଗୋବିନ୍ଦ ପ୍ରସାଦ ମହାନ୍ତି ଏହି ସୂଚନା ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO