
କୋରନା ରୋଗର କୌଣସି ଔଷଧ ବାହାରି ନଥିବା ବେଳେ କେବଳ ଜନ ସଚେତନତା ସୃଷ୍ଟି ଦ୍ୱାରା ଏହି ମାରାତ୍ମକ ରୋଗରୁ ମୁକ୍ତି ମିଳିବ ତେଣୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କୁଲାଙ୍ଗୀ ପଞ୍ଚାୟତ ପଳାସ ପଲ୍ଲୀ ଗ୍ରାମର ଯୁବ କଳାକାର ମାନଙ୍କ ଦ୍ୱାରା ଆୟୋଜିତ ସଚେତନତା ଭିତ୍ତିକ ସର୍ଟ ଫିଲ୍ମ “ମାସ୍କ ନାହିଁ ତ ଯାତ୍ରା ନାହିଁ” ଆଜି ମୁକ୍ତିଲାଭ କରିଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ରବି ନାରାୟଣ ଦାଶ, ମୁଖ୍ୟ ଅତିଥି ଭାବେ ଆମ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲାର ବିଶିଷ୍ଠ ଅଭିନେତା ଜୟକୃଷ୍ଣ ପଟ୍ଟନାୟକ,ବରିଷ୍ଠ ନାଟ୍ୟକାର ପ୍ରଫୁଲ୍ଲ ବେହେରା, ସୁରେନ୍ଦ୍ର ନାଥ ଜେନା,ସାମ୍ବାଦିକ ରତ୍ନାକର ସାହୁ, ସନ୍ତୋଷ କୁମାର ବିଷୋୟୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ କଳାକାର ମାନଙ୍କୁ ନେଇ ଅତି ସୁନ୍ଦର ଭାବେ ଏହି ନାଟକ ପ୍ରସ୍ତୁତ ହୋଇଥିବାରୁ ଜନ ସାଧାରଣଙ୍କ କୋରନାକୁ ନେଇ ବେଶ ସଚେତନ ହେବେ ବୋଲି ଆଶା କରାଯାଉଛି।ଏଥିରେ କାହାଣୀ ରାଜେନ୍ଦ୍ର ବିଷୋୟୀ,ପ୍ରଯୋଜନା ଓ ନିର୍ଦ୍ଧେଶନା ଆଶିଷ କୁମାର ଦେଇଥିବା ବେଳେ ଯୁବ କଳାକାର ମାନେ ନିଖୁଣ ଅଭିନୟ କରି ପ୍ରଶଂସିତ ହୋଇପାରିଛନ୍ତି।ଘୁମୁସର ମାଟିରେ କଳାକାରମାନେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମହଲରେ ଚାରିଆଡେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦିଆଯିବ ବୋଲି ଅତିଥିମାନେ କହିଥିଲେ।ଆର. ସି. ଏସ ପ୍ରଡକ୍ଟସନ ଦ୍ୱାରା ଆୟୋଜିତ ଏହି ଟିମ୍ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଜଗନ୍ନାଥପ୍ରସାଦ ରୁ ଜେ.କେ ପଟ୍ଟନାୟକ ଙ୍କ ରିପୋର୍ଟ…
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO