-
ପ୍ରଶାସନର ଅଣଦେଖା ଯୋଗୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ,

କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ବଗଲା ଧର୍ମଶାଳା ଜମି ବିକ୍ରି ବିରୁଦ୍ଧରେ ବିଜେପି ପୁରୀ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜି ୧୯ ଦିନରେ।ଦୀର୍ଘ ୧୯ ଦିନଧରି ବଗଲା ସମ୍ମୁଖରେ ବଡଦାଣ୍ଡରେ ଧାରଣା ରେ ବସିବା ପରେ ମଧ୍ୟ ଗଣତନ୍ତ୍ରିକ ପ୍ରକ୍ରିୟା କୁ ସମ୍ମାନ ଜଣାଇ ଜିଲ୍ଲାପାଳ ଆନ୍ଦୋଳନ କାରୀଙ୍କ ସହ କୈଣସି ଆଲୋଚନା କଲେନାହିଁ।ତେଣୁ ଆଜି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ କୋଭିଡ ନିୟମକୁ ମାନି ଏକ ଛୋଟ ଧରଣର ବିକ୍ଷୋଭ କରାଯାଇଛି।ଶ୍ରୀଜଗନ୍ନାଥଙ୍କ ଗରିବ ଭକ୍ତମାନଙ୍କ ପାଇଁ ଦାନରେ ଦେଇଥିବା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କୁ ସାଧାରଣ ଜନତା କେବେ ବରଦାସ୍ତ କରିବେ ନାହିଁ।ବଗଲା ଜମି ଫେରେଇ ଆଣିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ।ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଭଞ୍ଜନ ମହାପାତ୍ର, ବାଇଧର ମଲ୍ଲିକ,ଉମକାନ୍ତ ନାଏକ,ଜୟନ୍ତ ଦାଶ,ସୋମନାଥ ଖୁଣ୍ଟିଆ,ଦାଣ୍ଡ ମୁକୁନ୍ଦପୁର ସଭାପତି ସୁଧିର ବିଶ୍ୱାଳ,ପ୍ରଦୀପ ସାହୁ,ଦେବି ପ୍ରସାଦ ମଲ୍ଲିକ,ସୁକାନ୍ତ କୁମାର ଦାଶ,ବାଉରୀ ବଂଧୁ ସେଠୀ,ଶରତ କୁମାର ମହାନ୍ତି,ସଂଜୀବ କୁମାର ମୁଖାର୍ଜୀ, ସୈମ୍ୟା ମିଶ୍ର,କମଳିନୀ ମହାପାତ୍ର, ଅନୀତା ପଟ୍ଟନାୟକ, ହରିହର ରଥ,ଅକ୍ଷୟ ମହାନ୍ତି, ଭବାନୀ ପ୍ରସାଦ ଦାଶମହାପାତ୍ର,ପ୍ରିୟଙ୍କା ମହାପାତ୍ର, ଲୀନା ମହାନ୍ତି,ବିଜୟ ପ୍ରଧାନ, ଅଜିତ ସାମନ୍ତରା,ସୁଶାନ୍ତ ପଟ୍ଟନାୟକ, ରାଜଶ୍ରୀ ଦୋରା,ସୁଦଷା ପଣ୍ଡା,ବିଶ୍ୱଜିତ ମହାନ୍ତି, ସ୍ନହାଶିଷ ଦାଶ,ଶିବ ନାରାୟଣ ଦାଶ, ଅଭିଷେକ ସାହୁ ,ମିଥୁନ ଦାସ, ସଂଗ୍ରାମ ପରିଡ଼ା, ପ୍ରଦୀପ ନନ୍ଦ,ଦିଗଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO