ମାଲକାନଗିରି -ପ୍ରତି ବର୍ଷ ମାଲକାନଗିରି ସେବା ଭାରତୀ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ୱୟଂ ସେବକ ସଂଘ ସହଯୋଗରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ତଥା ସ୍ୱାଭିମାନ ଅଞ୍ଚଳର ୩0 ରୁ ଉର୍ଦ୍ଧ ଗ୍ରାମ ମାନଙ୍କରେ ବିଭିନ୍ନ ବୃକ୍ଷ ଚାରା ଯଥା -ନଡ଼ିଆ, ଅମୃତଭଣ୍ଡା, ଲେମ୍ବୁ, ଆମ୍ବ ଓ ସଜନା ଗଛର ଚାରା ଯୋଗାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲି ଆସୁଅଛି ! ଚଳିତ ବର୍ଷ ମଧ୍ଯ ଚିତ୍ରକୋଣ୍ଡା ଅଞ୍ଚଳର ୧ ୩ ଗୋଟି ଗ୍ରାମ ଯଥା-ଆରଏସସି-୧0 ଓ ୧ ୧ ନୂଆଗୁଡା, ଆରଏସସି-୬ ,ପାଲାମ, ସିଲେଇପୁଟ, ବଡପଦର, କମାରଗୁଡା, ସାରିଆପାଲି,ବଡପଡ଼ା, ପାପରମେଟେଲା ଓ ପଣସପୁଟ ଗ୍ରାମ ମାନଙ୍କରେ ଏକ ହଜାର ଆମ୍ବ ଓ ନଡ଼ିଆ ଗଛ ଦିଆଯାଇ ବୃକ୍ଷ ରୋପଣ କରାଯାଇଅଛି, !ବୃକ୍ଷ ରୋପଣ ଦ୍ଵାରା ଜଣେ ପରିବାର ର କିଛିକା ଅଂଶ ରେ ନିଜେ ଖାଇବା ସହିତ ଜୀବିକା ନିର୍ବାହ କରିପାରିବେ ତେଣୁପ୍ରତି ବର୍ଷ ବହୁ ପରିବାର ଙ୍କୁ ବିଭିନ୍ନ ଗଛ ଲଗାଇ ବାକୁ ଦିଆଯାଇ ଥାଏ !ସେବା ଭାରତୀ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ,0୩ ଗୋଟି ଏକଲ ଯୋଗ ଶିକ୍ଷା ବିଦ୍ୟାଳୟ ରହିଛି ଉକ୍ତ ବିଦ୍ୟାଳୟ ର ଆଚାର୍ଯ୍ୟ ଆଚାର୍ଯ୍ୟl ମାନଙ୍କ ଦ୍ଵାରା ଏହାର ଦେଖାଶୁଣା କରାଯାଉଛି, !ଗ୍ରାମ ମାନଙ୍କରେ ବୃକ୍ଷ ଯୋଗାଇବା ଓ ବୃକ୍ଷ ରୋପଣ କରିବାକାର୍ଯ୍ୟକ୍ରମ କୁ ସ୍ମୃତି ରଞ୍ଜନ ନାୟକ, ଧନପତି ପ୍ରଧାନୀ.ପରିଚାଳନା କରିଥିଲେ !