
ମାଲକାନଗିରି-ମାଓବାଦୀ ଙ୍କ ହିଂସାତ୍ମକ କାର୍ଯ୍ୟକଳାପ କୁ ବିରୋଧ କରି ପୁଣି ଗର୍ଜିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଯୋଡାମ୍ବ ପଞ୍ଚାୟତବାସୀ। ସ୍ୱାଭିମାନ ଅଞ୍ଚଳ ଆଦିବାସୀ ବିକାଶ ଶାନ୍ତି ପରିଷଦ ର ଆହ୍ୱାନ କ୍ରମେ ଏହି ପ୍ରଜାମେଳି ଟି ଦାରଲାବେଡା ଠାରେ ଅନୁଷ୍ଠିତ ହୋଇଥିଲା। ତେବେ ସ୍ୱାଭିମାନ ଅଞ୍ଚଳବାସୀ ଙ୍କ ଅଭିଯୋଗ ଏହା କି ପୂର୍ବେ ସଡକପଥ ରେ ଯୋଗାଯୋଗ ନଥିବା ଯୋଗୁଁ ଅଞ୍ଚଳ ର ବିକାଶ ହୋଇପାରୁନଥିଲା। କିନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସେଠାରେ ପହଞ୍ଚିପାରୁଛି। ହେଲେ ମାଓବାଦୀ ମାନେ ହିଁ ବିକାଶ ରେ ବାଧା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିରୀହ ଆଦିବାସୀଙ୍କୁ ପୋଲିସ ଇନଫର୍ମର କହି ମିଥ୍ୟା ରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜି ଦେଉଛନ୍ତି। ଯାହାଦ୍ୱାରା କି ନିରୀହ ଆଦିବାସୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶ ର ପେଦାବାଇଲୁ ମଣ୍ଡଳ ର ଚିନ୍ତାଲିଭିଦି ଗ୍ରାମର ଦୁଇ ନିରୀହ ମୃତ୍ୟୁବରଣ କରିଥିବା ସହ ପୂର୍ବରୁ କାଲିମେଳା ଅଞ୍ଚଳରେ ଏପରି ବହୁ ଘଟଣା ମାନ ଘଟିଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ ଅଭିଯୋଗ ହେଲା ମାଓବାଦୀ ମାନେ ସବୁବେଳେ ଏହି ନିରୀହ ଆଦିବାସୀ ଙ୍କ ପାଇଁ ଲଢ଼ୁଥିବା କହୁଛନ୍ତି। ଯଦି ପ୍ରକୃତରେ ସେମାନେ ଲଢ଼ୁଛନ୍ତି ତାହେଲେ କାହିଁକି ଯୋଡାମ୍ବ ଗ୍ରାମକୁ ପୋଡ଼ିଦେଲେ ବୋଲି ପ୍ରଶ୍ନ କରିଛନ୍ତି। ଏବଂ ସେମାନଙ୍କ କୁନି କୁନି ପିଲାଙ୍କୁ ମଧ୍ୟ ନିଜ ମାଓ ସଂଗଠନ ରେ ଜୋର ଜବରଦସ୍ତି ମିଶାଇବା ନିମନ୍ତେ ବାଧ୍ୟ କରୁଛନ୍ତି। ତେଣୁ ଏହି ସ୍ୱାଭିମାନ ଅଞ୍ଚଳ ର ଜୋଡାମ୍ବ ପଞ୍ଚାୟତ ପାଖାପାଖି ସମସ୍ତ ପଞ୍ଚାୟତବାସୀ ଯଥା:- ଯନ୍ତ୍ରୀ, ଅଣ୍ଡିରାପାଲ୍ଲୀ, ପଣସପୁଟ ଆଦି ସମସ୍ତ ପଞ୍ଚାୟତବାସୀ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ନିଜ ଗ୍ରାମରେ ପହଞ୍ଚାଇ ନିଜ ଅଞ୍ଚଳ କୁ ବିକାଶ ପଥରେ ଆଗେଇବା ସହ ହିଂସା ନୁହେଁ ବରଂ ଶାନ୍ତି ଚାହୁଁଛନ୍ତି ବୋଲି ଏହି ପ୍ରଜାମେଳି ମାଧ୍ୟମରେ ଆହ୍ୱାନ ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO