

Related Stories
October 14, 2025
ମାଲକାନଗିରି-ଚାଷୀଙ୍କ ଆବଶ୍ୟକତା ଅନୁଯାଇ ସାର ବସ୍ତା ନ ଆସି କମ୍ ସାର ଆସିଥିବା ରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କଲେ ଚାଷୀ। ୫00 ରୁ ଉର୍ଦ୍ଦ ବସ୍ତା ଆବଶ୍ୟକତା ଥିବା ବେଳେ ମାତ୍ର 90 ବସ୍ତା ସାର ଆସିଥିବା ନେଇ ଉତ୍ତେଜିତ ଚାଷୀ ବନ୍ଦ କଲେ ସାର ବଣ୍ଟନକୁ। କାଲିମେଳା ବ୍ଲକ ଲୁଗେଲ ଗ୍ରାମ ପଞ୍ଚାୟତ ରେ ୫00 ରୁ ଅଧିକ ଚାଷୀ ଆଜି ଭୋର ୫ଟାରୁ ସାର ପାଇଁ ଧାଡ଼ିକରି ପଂଚାୟତ ସମ୍ମୁଖରେ ଅପେକ୍ଷା କରିଥିଲେ କିନ୍ତୁ ଗୋଟିଏ ଗାଡି ଯୋଗେ ମାତ୍ର 90 ବସ୍ତା ସାର ବଣ୍ଟନ ପାଇଁ ଆସିଥିଲା। ଯାହା ସମୁଦ୍ର କୁ ସଙ୍ଖେ ପରି। ଏହାକୁ ଦେଖି ଚାଷୀ ମାନେ ସାର ବଣ୍ଟନକୁ ବିରୋଧ କରିଥିଲେ ଚାଷୀଙ୍କ ସମସ୍ୟା କୁ ସମର୍ଥନ ଜଣାଇଥିଲେ ଲୁଗେଲ ପଞ୍ଚାୟତ ର ସରପଞ୍ଚ ଲଷ୍ମୀ ସୋଡି। ଚାଷୀ ଙ୍କ ସମସ୍ୟା କୁ ଗୁରୁତ୍ୟ ଦେବା ସହ ଅଧିକ ସଂଖ୍ୟକ ସାର ପାଇଁ ଦାବି କରିଛନ୍ତି ସରପଞ୍ଚଙ୍କ ସହପଞ୍ଚାୟତ ର ଶତାଧିକ ଚାଷୀ। କରୋନା ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସାର ର ଅଭାବ ଚାଷୀ ଙ୍କୁ ଆହୁରି ଚିନ୍ତା ରେ ପକାଇ ଦେଇଛି।ଯଥା ଶୀଘ୍ର ଆବଶ୍ୟକ ଅନୁଯାଇ ସାର ଯୋଗେଇ ନଦେଲେ ଆଗାମୀ ଦିନରେ ଚାଷୀମାନେ ରାଜ ରାସ୍ତାକୁ ଆସି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।