
ମାଲକାନଗିରି– ଚିତ୍ରକୋଣ୍ଡା ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଆନୁକୂଲ୍ୟରେ ସମନିତ କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ଟନେଲକ୍ୟାମ୍ପ ପଞ୍ଚାୟତ ମଧୁପୁଟିଆ କ୍ୟାମ୍ପ ଠାରେ ସମନିତ କୃଷି କାର୍ଯ୍ୟକ୍ରମର ସଂଯୋଜକ ରାକେଶ କୁମାର ମହାରଣା ଙ୍କ ପରିଚାଳନା ରେ ମା ମଙ୍ଗଳା ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଜୈବିକ ଖତ ସାର ଯଥା-ହାଣ୍ଡି ଖତ, ଯିବାମୃତ ଓ କମ୍ପୋଷ୍ଟ ଖତ ଉପରେ ସ୍ୱତନ୍ତ୍ର ତାଲିମ ଦେବା ସହିତ କ୍ଷେତ୍ର ପ୍ରଦର୍ଶନୀ କରାଇଥିଲେ !,ଏହା ଶିଖାଇବା ପରେ ମହିଳା ମାନେ ନିଜେ ନିଜ ଘର ଓ ପରିବେଶ ରୁମିଳୁ ଥିବା ଜିନିଷ ଯଥା ମାଟି ହାଣ୍ଡି, ଗାଈ ଗୋବର, ଗାଈ ମୁତ, କରଞ୍ଜ ପତ୍ର, ଅରଖ ପତ୍ର, ନିମ ପତ୍ର ଓ ଗୁଡ କୁ ବ୍ୟବହାର କରି ଦେଶୀ ହାଣ୍ଡି ଖତ ଔଷଧ ଓ ମାଟି ହାଣ୍ଡି ରେ ଗାଈ ଗୋବର, ଗାଈ ମୁତ, ବେଶନ, ଗୁଡ଼ ଓ ଉଇ ହୁଙ୍କା ମାଟି କୁ ବ୍ୟବହାର କରି ଜୈବିକ ଦେଶୀ ଯିବାମୃତ ସାର ତିଆରି କରି ପ୍ରଥମେ ନିଜ ଜମିରେ ପ୍ରୟୋଗ କଲେ, ! ଏହାଜମି କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ସହ ମାଟି ଉର୍ବର ହେବା ଫଳରେ ବିଭିନ୍ନଚାଷ ଯଥା -ଧାନ, ମାଣ୍ଡିଆ, ସୁଆଁ ଓ କାଙ୍ଗୁ, ପନିପରିବା ଓ ଅନ୍ୟ ସମସ୍ତ ଚାଷରେ ବ୍ୟବହାର ଦ୍ଵାରା ଭଲ ଓ ଅଧିକ ଅମଳ ହୋଇଥାଏ, ଚାଷୀ ର କମ ଖର୍ଚ୍ଚ ହୋଇଥାଏ, ସ୍ୱାଦ ଉପଯୋଗୀ ଖାଦ୍ୟ ପାଇଥାଏ, ସୁସ୍ଥ ପରିବେଶ ହେବା ସହ ନିଜେ ନିରୋଗୀ ରହିଥାନ୍ତି, ଉକ୍ତ ଖତ ସାର ବ୍ୟବହାର ଦ୍ଵାରା ଚାଷୀ ଅଧିକ ଖର୍ଚ୍ଚ ରୁ ବଞ୍ଚିତ ହେବା ସହିତ ବୁଡ଼ି ଯାଉଥିବା ଗୋପାଳନ ଚାଷ ର ପୁନରାବୃତ୍ତି ହୋଇ ଲୋକେ ଅଧିକ ପରିମାଣରେ ଗାଈ ଗୋରୁ ପାଳନ କୁ ଆପଣେଇବେ, ଏଥିପାଇଁ ଗୋଷ୍ଠୀ ର ମହିଳା ମାନେ ନିଜେ ତିଆରି କରି ବ୍ୟବହାର କରିବା ସହିତ ଅଧିକ ପରିମାଣରେ ତିଆରି ସହ ବିକ୍ରି କରି ନିଜେ ଦୁଇ ପଇସା ଲାଭବାନ ନିମନ୍ତେ ଶିଶୁ ଓ ମହିଳା କଲ୍ୟାଣ ସମିତି ଦ୍ଵାରା ପରିଚାଳିତ ସମନିତ କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଆର୍ଥିକ ସହାୟତା ଦଶ ହଜାର ଆବଶ୍ୟକିୟ ସାମଗ୍ରୀ ପାଇଁ ଯୋଗାଇ ଦେଇଛନ୍ତି, !ଫଳରେ ଗୋଷ୍ଠୀ ର ମହିଳା ମାନେ ଉକ୍ତ ଜୈବିକ ଖତ ସାର ଓ ଔଷଧ ତିଆରି କରି ନିଜେ ନିଜର ଜମିରେ ବ୍ୟବହାର କରିବା ସହିତ ସୁଲଭ ମୂଲ୍ୟରେ ଅନ୍ୟ ଚାଷୀ ଙ୍କୁ ବିକ୍ରିବଟା କରି ଉପକୃତ ହେଉ ଥିବାର ଦେଖିବାକୁ ମିଳିଛି ! ମହିଳା ଗୋଷ୍ଠୀ ସହ ବିଭିନ୍ନ ପଞ୍ଚାୟତ ରେ ଆଉ ପାଞ୍ଚ ଟିସ୍ୱୟଂ ସହାୟକ ଗୋଷ୍ଠି କୁ ଆଗକୁ ନେବାକୁ ଆତ୍ମା, ୱାସନ ଓ ଏନସିଡ଼ିସି ଓ ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜନା ରବୀନ୍ଦ୍ର ଭୂୟାଁ ସହଯୋଗ କରୁଛନ୍ତି. !ଚିତ୍ରକୋଣ୍ଡା ବ୍ଲକ ସମସ୍ତ ପଞ୍ଚାୟତ ରେ ଉକ୍ତ ଜୈବିକ ଖତ ସାର ଓ ଔଷଧ ର ବହୁଳ ପ୍ରଚାର ପ୍ରସାର ଓ ତିଆରି କରି ବ୍ୟବହାର ଜାରି ରହିଛି, !ଆଗାମୀ ଦିନରେ ଚିତ୍ରକୋଣ୍ଡା ବ୍ଲକ କୁ ଜୈବିକ ଚାଷ ର ବ୍ଲକ ରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଶିଶୁ ଓ ମହିଳା କଲ୍ୟାଣ ସମିତି ର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି.!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO