
ମାଲକାନଗିରି -ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।ମାଲକାନଗିରି ଜିଲ୍ଲାରେ ଏଭଳି ଅଭାବନିୟ ଘଟଣା ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ବାଲିମେଳା ଥାନାର ବନବାସୀ ମହାରଣା ବୋଲି ଜଣାପଡ଼ିଛି। ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣ ପରେ ତା୍କୁ ଗୁରୁତର ଅବସ୍ଥାରେ ମାଥିଲି ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ଯ ଯେ, ଗତକାଲି ବିଳମ୍ବିତ ରାତ୍ରରେ ୭୦ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼କୁ ଯାଉଥିବା ସମ୍ପର୍କରେ ଓର୍କେଲ ଥାନା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇବାପରେ ଏକ ଟିମ ଚୋରା ଚାଲାଣ କାରୀଙ୍କୁ ଧରିବା ପାଇଁ ବାହାରିଥିଲେ ! କାଉଡିଆ ମାନେ ଅନ୍ଧାର ରାତିରେ ଜଙ୍ଘଲ ଦେଇ ଚାଲି ଚାଲି ଯାଉଥିବାରୁ ସେମାନକୁ ଧରିବା ପାଇଁ ପୋଲିସ ଟିମ ମାଥିଲି ବ୍ଲକ ଚାଉଳିମେନ୍ଦି ନିକଟରେ ଉକ୍ତ ଚାଲାଣକାରୀଙ୍କୁ ଅଟକାଇଥିଲେ। ସେତେବେଳେ ଗଞ୍ଜେଇ ଚାଲାଣକାରୀମାନେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଅଳ୍ପ ସଂଖ୍ୟାରେ ପୋଲିସ ଥିବା ଦେଖି କାଉଡିଆ ସାହସ ଏବଢି ଯାଇଥିଲା ଏହି ସମୟରେ ଦୁର୍ବୃତଙ୍କ ହାବୁଡ଼ରେ ହୋମଗାର୍ଡ ବନବାସୀ ମହାରଣା ପଡିଯିବାରୁ ତାଙ୍କୁ ସଙ୍ଗବଦ୍ଧ ଭାବେ ସେମାନେ ଧରିଥିବା କାଠଫାଳିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ ! ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଉକ୍ତ କାଉଡିଆ ମାନଙ୍କୁ ଧରିବା ପାଇଁ ମାଥିଲି ପୋଲିସ ପକ୍ଷରୁ ଅପେରସନ ଚାଲିଥିବା ଜଣାପଡିଛି !ପୋଲିସ ଙ୍କ ଆକ୍ରମଣରେ କିଛି କୁଡ଼ିଆ ମଧ୍ୟ ଆହତ ହୋଇଥବା ଶୁଣାଯାଉଛି !ପ୍ରକାଶ ଥାଉକି ଏଥିପୂର୍ବରୁ ଅନେକଥର ଗଂଜେଇ ଚାଲାଣ କାରିଙ୍କ ଆକ୍ରମଣରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବା ନଜିର ରହିଛି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO