
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପବିତ୍ର ଗୁରୁଦିବସ ଅବସରରେ ବଳଗଣ୍ଡି ସାହି ଶ୍ରୀୟା ଲଜ ସ୍ଥିତ ଶ୍ରୀକଳା ନିକେତନରେ ମହାଆଡ଼ମ୍ବରେ ପାଳନ କରାଯାଇଛି |ଉକ୍ତ କାର୍ଯ୍ୟକ୍ରମକୁ ନୃତ୍ୟଗୁରୁ ଗୁରୁଶ୍ରୀ ଲିଙ୍ଗରାଜ ବେହେରା ପ୍ରଦ୍ୱୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ |ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ଭାଷଣ ଦିଆଯାଇଥିଲା |ଅନୁଷ୍ଠାନ ତରଫରୁ ଗୁରୁଙ୍କୁ ସଂମ୍ମାନିତ କରାଯାଇଥିଲା |ଗୁରୁ ଲିଙ୍ଗରାଜ ବେହେରା ଗୁରୁଦିବସ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ |ଅନୁଷ୍ଠାନର ସମ୍ପାଦକ ଗୁରୁ ଶ୍ରୀମତୀ ରୋଜାଲିନ ମହାନ୍ତିଙ୍କ ଦ୍ୱାରା ପିଲାମାନଙ୍କ ଉଦେଶ୍ୟରେ ଆର୍ଶିବାଦାତ୍ମକ ଭାଷଣ ଦିଆଯାଇଥିଲା |
କୋଭିଡ ଗାଇଡଲାଇନ କୁ ମାନି ଛାତ୍ରୀମାନେ ଘରେ ରହି ଅନଲାଇନ ନୃତ୍ୟଭିତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |ସିନିଅର ବିଭାଗରେ ଅନ୍ଵେଷା ଆନନ୍ଦିତାଙ୍କୁ ବିଶେଷ ସଂମ୍ମାନ ପ୍ରଥମ ସ୍ଥାନରେ ଅଙ୍କିତା ନବନିତା ଓ ଦ୍ଵିତୀୟ ସ୍ଥାନରେ ଅବନ୍ତିକା ଦାଶ, ଜୁନିଅର ବିଭାଗରେ ପ୍ରଥମ ସ୍ଥାନରେ ରିତ୍ତିକା ମହାପାତ୍ର, ଦ୍ଵିତୀୟ ସ୍ଥାନ ଅନନ୍ୟା ଦାଶ,ତୃତୀୟ ସ୍ଥାନରେ ଆରାଧ୍ୟ ମିଶ୍ର ଓ ସେୟାଶ ଗୁନ, ସୁବଜୁନିଅର ବିଭାଗର ପ୍ରଥମ ସ୍ଥାନରେ ଦିବ୍ୟାଶା ମିଶ୍ର, ଦ୍ଵିତୀୟ ଆଦିତ୍ରି ମିଶ୍ର ଓ ତୃତୀୟ ସ୍ଥାନରେ ତନନୀ ନନ୍ଦ ଓ ସମୃଦ୍ଧି ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା |ଅଂନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଅନୁଷ୍ଠାନର ଛାତ୍ରୀ ବିଶ୍ୱରୂପା, ତେଜସ୍ୱିନୀ, ସ୍ନେହାସ୍ନିଗ୍ଧା, ତ୍ରିଶା, ଆଦ୍ୟାଶା, ଅନ୍ଵେଷା ଙ୍କୁ ସଂମ୍ମାନିତ କରାଯାଇଥିଲା |ସର୍ବଶେଷରେ ଗୁରୁ ରୋଜାଲିନ ଧନ୍ୟବାଦ ଅର୍ପଣ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO