-
ସ୍ଥିତି ଅନୁଧ୍ୟାନ କଲେ ଏଡିଜି
Related Stories
November 22, 2024
ବ୍ରହପୁର: ଗଞ୍ଜାମ ଜିଲ୍ଳା ବ୍ରହ୍ମପୁର ପୋଲିସ ଜିଲ୍ଲାର ବ୍ରହ୍ମପୁର ସହରରେ ରିଜିଓନାଲ୍ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରୀ(ଆର୍ଏଫ୍ଏସ୍ଏଲ୍) ପ୍ରତିଷ୍ଠା ହେବ । ସ୍ଥାନୀୟ କମାପଲ୍ଲୀ ଛକ ପୁରୁଣା ବୈଦ୍ୟନାଥପୁର ଥାନାରେ ଆର୍ଏଫ୍ଏସ୍ଏଲ୍ କରିବାକୁ ରାଜ୍ୟ ଗୃହ ବିଭାଗ ନିଷ୍ପତ୍ତି ପ୍ରକାରେ ଶନିବାର ଏଡିଜି ସୁଶାନ୍ତ ନାଥ ବ୍ରହ୍ମପୁର ଗସ୍ତରେ ଆସି ପୁରୁଣା ବୈଦ୍ୟନାଥପୁର ଥାନାରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଆର୍ଏଫ୍ଏଲ୍ଏଲ୍ ପାଇଁ କ’ଣ ଆବଶ୍ୟକ ରହିଛି ଏବଂ କେଉଁ ମେସିନ୍ ଏଠାରେ ସ୍ଥାପନ କରାଯିବ ତାହା ନିରୀକ୍ଷଣ କରିଛନ୍ତି । ପୁଲିସର ତଦନ୍ତ କାର୍ଯ୍ୟକୁ ଅଧିକ ଆଗକୁ ନେବା ପାଇଁ ରାଜ୍ୟ ସରକାର ଆର୍ଏଫ୍ଏସ୍ଏଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମ୍ବଲପୁର ଓ ବ୍ରହ୍ମପୁରରେ ଆର୍ଏଫ୍ଏସ୍ଏଲ୍ କରାଯାଇଛି । ପୂର୍ବରୁ ବ୍ରହ୍ମପୁର ପୋକଡବନ୍ଧ ଜଙ୍କସନ୍ ଠାରେ ଆରଏଫ୍ଏସ୍ଏଲ୍ ରହିଛି । କିନ୍ତୁ ନୂତନ ଆର୍ଏଫ୍ଏସ୍ଏଲ୍ରେ ଡିଏନ୍ଏ ପରୀକ୍ଷା କରାଯିବା ସହ ସାଇବର ଫରେନ୍ସିକ୍ ଲାବ୍ରୋଟାରୀ କରାଯିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଆସନ୍ତା ୬ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡିଆଇଜି ଭୋଇ କହିଛନ୍ତି । ଏଡିଜିଙ୍କ ଗସ୍ତ ସମୟରେ ଡିଆଇଜି ଭୋଇ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେ । ମଧ୍ୟାହ୍ନରେ ଏଡିଜି ପୁରୁଣା ବିଏନ୍ପୁର ଥାନାରେ ପହଞ୍ଚିଥିଲେ । ସେଠାରେ ଥିବା ସମସ୍ତ କୋଠରୀ ବୁଲି ଦେଖିଥିଲେ । ଡିଏନ୍ଏ ପରୀକ୍ଷା ପାଇଁ ପୂର୍ବରୁ ଭୁବନେଶ୍ୱର ଯିବାକୁ ପଡୁଥିଲା । ଏଠାରେ ଡିଏନ୍ଏ ପରୀକ୍ଷା ହେବା ପରେ ବହୁ କେସ୍ର ତଦନ୍ତ ଶୀଘ୍ର ହୋଇପାରିବ । କେବଳ ଗଞ୍ଜାମ ନୁହେଁ, ଦକ୍ଷିଣାଞ୍ଚଳର ସମସ୍ତ ପୁଲିସ ଜିଲ୍ଲା ଏଥିରେ ଉପକୃତ ହେବେ । ଡିଆଇଜିଙ୍କ ଗସ୍ତ ବେଳେ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ସମେତ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।