
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀଜିଲ୍ଲା ମେଡିକାଲ ଠିକା କର୍ମଚାରୀ ସଂଘ ତରଫରୁ ଶ୍ରୀମତୀ ସି.ଡ଼ି.ଏମ୍. – ପି.ଏଚ, ଓ, ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଦାବିପତ୍ରରେ ଉଲ୍ଲେଖ ଯୋଗ୍ୟ ଯେ ପୁରୀ ସଦର ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭିନ୍ନ ଭିନ୍ନ ୮ଟି ଆଉଟସୋର୍ସିଙ୍ଗ ସଂସ୍ଥା ମାଧ୍ୟମରେ ତତ୍କାଳିନ ସି.ଡ଼ି.ଏମ.ଓ ମାନେ ୧୦୩ ଜଣଙ୍କୁ ନିଯୁକ୍ତି ଦେଇଥିଲେ| ସେମାନଙ୍କ ମଧ୍ୟରୁ ଡ଼ି ଏଚ୍. ଏଚ୍ ରେ ୪୬ ଜଣ କର୍ମଚାରୀ ମଧ୍ୟ ଆଉଟସୋର୍ସିଙ୍ଗ ମାଧ୍ୟମରେ ଆଟେଣ୍ଡାଣ୍ଟ, , ଡ୍ରାଇଭର, ଏସ.ଏନ.ସି.ୟୁ ଆଇ.ସି.ୟୁ. ଗ୍ୟାସ ଟେକନିସିଆନ ପ୍ରଭୃତି ପଦବୀରେ ନିଯୁକ୍ତି ପାଇ କାମ କରୁଥିଲେ । ଗତ ୨୦୧୯ ଅପ୍ରେଲ ମାସରୁ ଆଉଟ ସୋର୍ସିଙ୍ଗ ସଂସାର ଚୁକ୍ତି ସରିଲା ପରେ ମଧ୍ୟ ଡ଼.ଏଚ୍. ଏଚ୍. କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ତତ୍କାଳୀନ ସି.ଡ଼ି.ଏମ୍.ଓ ମାନେ ସେମାନଙ୍କୁ କାମରେ ଲଗାଇଲେ ।ଅପ୍ରେଲ ୨୦୧୯ ରୁ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ କାମ କଲାପରେ ୯ ମାସର ଦରମା ନଦେଇ ଜାନୁୟାରି ୨୦୨୦ରୁ ଛଟେଇ କରିଦେଲେ । ଛଟେଇ ଓ ବକେୟା ମଜୁରୀ ପାଇଁ ସଂଘ ଶ୍ରମ ଅଧିକାରୀ, ପୁରୀଙ୍କ ପାଖରେ ଅଭିଯୋଗ କଲାପରେ ତତ୍କାଳୀନ ସି.ଡ଼ି.ଏମ୍.ଓ ହାଜର ହୋଇ ନିଜର ମତ ରଖୁଛନ୍ତି । ତାହା ଅଦ୍ୟାବଧି ବିଚାରାଧିନ ଅଛି । ୩ ମାସ ଲଗାତର ସଂଘ ତରଫରୁ ଧାରଣା ଅନଶନ ଚାଲିଲା ପରେ କିଛି କର୍ମଚାରୀଙ୍କୁ ନିର୍ମଳ ପୃସ ଆସିବା ପର୍ଯ୍ୟନ୍ତ କୋଭିଡ଼ ୧୯ ରେ କାମ କରିବାକୁ ତତ୍କାଳୀନ ସି.ଡ଼ି.ଏମ୍.ଓ ପ୍ରସ୍ତାବ ଦେଲେ ।ପ୍ରସ୍ତାବ ମୁତାବକ କିଛି ପିଲା କୋଭିଡ଼ରେ କାମ କଲେ । ସେତେବେଳେ ZSS/RKS ମାଧ୍ୟମରେ ୪୬ ଜଣ ପିଲା ଅଦ୍ୟାବଧି ୧୮ ମାସ ହେଲା ବିନା ଦରମାରେ ଡ଼ି.ଏ, ଏଡ଼, ରେ କାମ କରୁଛନ୍ତି ।
ଆଉଟ ସୋସିଙ୍ଗି ସଂସ୍ଥାମାନେ ସଠିକ EPF, ES। କର୍ମୀ ମାନଙ୍କୁ ନଦେଇ ଚାଲିଗଲେ । ନିର୍ମଳ ଯୋଜନାରେ କାମ କରୁଥିବା କର୍ମଚାରିମାନଙ୍କୁ ସର୍ବନିମ୍ନ ମଜୁରୀ, EPF, ESI ମିଳୁନି । କୋଭିଡ଼ରେ କାମ କରୁଥିବା କର୍ମଗରୀମାନଙ୍କ ଦରମା ପାଇବାକୁ ମାସ ମାସ ଲାଗିଯାଇଛି । ସେମାନଙ୍କ EPF, ESI ସଠିକ୍ ଭାବେ ସଂପୃକ୍ତ ସଂସ୍ଥା ଭରୁନି । Incentive ନାହିଁ । କର୍ମୀମାନଙ୍କ ପାଇଁ Special allowance ନାହିଁ । କିମ୍ବା ସେମାନଙ୍କୁ କୋରନା ଯୋଦ୍ଧା ଭାବରେ ଘୋଷଣା କରାଗଲା ନାହିଁ । କେନ୍ଦ୍ର ସରକାର Covid-19 ଘୋଷଣା ମୁତାବକ ୬ମାସ ର EPF କର୍ମଗ୍ରୀ ମାନଙ୍କ ଖାତାକୁ ସିଧାସଳଖ ଯିବା କଥା ।ତାଙ୍କ ଦରମାରୁ କଟିବା କଥା ନୁହେଁ । କିନ୍ତୁ ଆପଣଙ୍କ ଅଫିସ ଓ ସଂପୃକ୍ତ ସଂସ୍ଥା ଏ ଦିଗରେ କୌଣସି ପଦକ୍ଷେପ ନେଲେନି । ସେମାନଙ୍କ ଦରମାରୁ EPF ୧୨% ସଂସ୍ଥା କାଟିକି ରଖୁଛି ।
ଦାବି ସମୁହ:
୧. ସମସ୍ତ କର୍ମଗ୍ଧରୀ ମାନଙ୍କର ବକେୟା ଦରମା ଦିଆଯାଉ ।
୨.ନିର୍ମଳ ପୂସ ଯୋଜନାରେ ଡ଼ି.ଏଚ୍. ଏଚ୍. ଓ କୋଭିଡ଼ ରେ କାମ କରୁଥିବା ସମସ୍ତ ଠିକା କର୍ମଗରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ ଓ ଡ଼ି.ଏଚ୍. ଏଚ୍.ରେ କାମରେ ନିଯୁକ୍ତି ଦିଆଯାଉ ।
୩. ନିର୍ମଳ ଯୋଜନା ଓ କୋଭିଜ୍ Care ରେ ନିଯୁକ୍ତ ଠିକାଦାରଙ୍କୁ ସର୍ବନିମ୍ନ ମଜୁରୀ ସହ EPF/ESI ସଠିକ ଭାବେ ଭରିବାକୁ ନିର୍ଦ୍ଦେଶ ଦିଆଯାଉ ।
୪. କେନ୍ଦ୍ର ସରକାର ଘୋଷଣା ମୁତାବକ ସମସ୍ତ ଠିକା କର୍ମରରୀମାନଙ୍କୁ ୬ମାସ EPF ଦିଆଯାଉ ।
୫. କୋଭିରେ କାମ କରୁଥିବା କର୍ମଗରୀମାନଙ୍କୁ Incentive, food allowance ଦିଆଯାଉ । ବୀମାଭୁକ୍ତ କରି କୋଭିଡ ଯୋଦ୍ଧାଭାବେ ସାମିଲ କରାଯାଉ ।
ଏହି ପୃଷ୍ଟଭୂମିରେ ସମସ୍ତ କର୍ମଚାରୀ ମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷାପାଇଁ ଉପରୋକ୍ତ ଦାବୀଗୁଡିକର ସମାଧାନ ପାଇଁ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲା ମେଡିକାଲ ଠିକା କର୍ମଚାରୀ ସଂଘ ସଭାପତି ଶରତ କୁମାର ରାୟଗୁରୁ ଓ ସମ୍ପାଦକ ତ୍ରିନାଥ ଭୋଇ|
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO