
ବ୍ରହ୍ମପୁର: ସେପ୍ଟେମ୍ବର ୫ ରାଜ୍ୟ ବ୍ୟାପି ଶିକ୍ଷା ବଞ୍ଚାଅ ଦିବସ ଅବସରରେ ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ବ୍ରହ୍ମପୁରସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ ସଙ୍ଗଠିତ ହୋଇଥିଲା । ସମସ୍ତଙ୍କ ପାଇଁ ସାର୍ବଜନୀନ ଶିକ୍ଷାକୁ ସୁନିଶ୍ଚିତ କରିବା, ଜନବିରୋଧି ଓ ଛାତ୍ର ବିରୋଧି ଜାତୀୟ ଶିକ୍ଷାନୀତି(ଏନ୍ଇପି) ୨୦୨୦କୁ ପ୍ରତ୍ୟାହାର କରିବା, ଜିଡିପିର ୬ପ୍ରତିଶତ ଶିକ୍ଷାପାଇଁ ବ୍ୟୟବରାଦ କରିବା, ଶିକ୍ଷାର ଘରୋଇକରଣ, ବ୍ୟବସାୟିକରଣ, ସାମ୍ପ୍ରଦାୟୀକ କରଣ ବନ୍ଦ କରିବା, ବୈଜ୍ଞାନିକ ଗୁଣାତ୍ମକ ଶିକ୍ଷା ପାଠ୍ୟକ୍ରମ ପ୍ରଚଳନ କରିବା, ଦଳିତ, ଆଦିବାସୀ, ଗରିବ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରୁ ବଞ୍ôଚତ କରିବା ଚଳିବ ନାହିଁ ଇତ୍ୟାଦି ଦାବିରେ ଏ ଆନ୍ଦୋଳନ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିଲା । ଆନ୍ଦୋଳନ କାର୍ଯ୍ୟକ୍ରମରେ ଏସ୍ଏଫ୍ଆଇର ପୂର୍ବତନ ଛାତ୍ର ନେତା ତଥା ଗଞ୍ଜାମ ଜିଲ୍ଳାର ଉପଦେଷ୍ଟା ବସନ୍ତ ନନ୍ଦ ଯୋଗଦେଇ ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷାମାରଣ ଓ ଛାତ୍ରମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଶିକ୍ଷାକୁ ସାର୍ବଜନୀନ କରିବା ପରିବର୍ତ୍ତେ କିଛି ଧନୀ, ମୁଷ୍ଠିମେୟ ବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ପାଇଁ ଏ ଶିକ୍ଷାନୀତି ଉର୍ଦ୍ଦିଷ୍ଟ ବୋଲି କହିଥିଲେ । ଶିକ୍ଷା ବିଭାଗରେ ଶିକ୍ଷକ, ଅଧ୍ୟାପକ ପଦବୀ ଖାଲି ପଡିଥିଲେ ସୁଦ୍ଧା ଏହାକୁ ଜାଣିଶୁଣି ପୂରଣ କରାଯାଉ ନାହିଁ । ଶିକ୍ଷାର ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ସରକାରଙ୍କ ଆଗ୍ରହ ନାହିଁ । ଶିକ୍ଷାକୁ ପାଠ ବେପାରିଙ୍କ ହାତରେ ଟେକିଦେବା ପାଇଁ ମସୁଧା ଚାଲିଛି । ଏଣୁ ଏପରିସ୍ଥିତିରେ ଶିକ୍ଷାକୁ ବଞ୍ଚାଇବା ଏବଂ ଏହାର ସୁରକ୍ଷା, ବିକାଶ ପାଇଁ ଛାତ୍ର ସମାଜ ଏକଜୁଟ ହୋଇ ଲଢ଼େଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍ଏଫ୍ଆଇ ନେତା ସତ୍ୟନାରାୟଣ ନାୟକ, ସନ୍ତୋଷ ବେହେରା, ଶିବପ୍ରସାଦ ବେହେରା, ସମିର ଶତପଥୀ, କ୍ରିଷ୍ଣା ପାତ୍ର, ରୁଦ୍ରପ୍ରସାଦ ରଥ, ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲା ଯୁବ ଫେଡେରେସନ ନେତା ଅଜିତ ପାଣିଗ୍ରାହୀ, ପ୍ରଶାନ୍ତ ବିଷୋୟୀ, ଉଦ୍ଧବ ଡାକୁଆ, ଚନ୍ଦ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO