
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ମଙ୍ଗଳବାର ଭଦ୍ରଵ ଶୁକ୍ଳ ପୂର୍ଣିମା ଦିନ ଇନ୍ଦ୍ରୋଶ୍ଚବ ପୂର୍ଣିମା ଅବସରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀ ଦୋଳଗୋବିନ୍ଦ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ବଟ ମୂଳେ ଥିବା ପାଲିଙ୍କିକୁ ମହାଜନେ ବିଜେ କରାଇଥିଲେ ବିମାନବଡୁ ସେବକ ମାନେ ଶ୍ରୀଦୋଳଗୋବିନ୍ଦଙ୍କୁ ଘଣ୍ଟ, ଛତା, କାହାଳି ସହ ସିଂହଦ୍ୱାର ଦେଇ ବଡ଼ଛତା ମଠ ନିକଟରେ ବିଜେ କରାଇଥିଲେ ।ସେଠାରେ ଶୀତଳ ଭୋଗ ବଢ଼ିଲାପରେ ଭିତରଚ୍ଛ ମହାପାତ୍ର ଇନ୍ଦ୍ର, ଚନ୍ଦ୍ର,ଗୋବିନ୍ଦଙ୍କୁ ବନ୍ଦାପନା କରିଥିଲେ । ଏହାପରେ ବସେଳି ସହିରୁ ଇନ୍ଦ୍ରହାତୀ ଆସିବାପରେ ବନ୍ଦାପନା ହୋଇ ନୀତି ସମାପନ ହୋଇଥିଲା | ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଡ଼ଦେଉଳକୁ ବହୁଡା ବିଜେ କରିଥିଲେ ।