
ଭୁବନେଶ୍ୱର. ସ୍ୱେଚ୍ଛାସେବୀ ସଂଗଠନ “କ୍ରିୟା” ବୃକ୍ଷ ରୋପଣ ଏବଂ ପରିବେଶକୁ ପ୍ରୋତ୍ସାହିତ କରି କର୍ମ ଯୋଗ କରିବାର ଏକ ନୂତନ ଉପାୟ ପ୍ରସ୍ତୁତ କରିଛି ଜ୍ଝ ସେମାନେ ଆଜି ଏହି କାର୍ୟ୍ୟକ୍ରମ ମାଧ୍ୟମ ରେ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ମାନଙ୍କ ରେ ଫଳ ଏବଂ ଅଣ ଫଳ ଉତ୍ପାଦନକାରୀ ବୃକ୍ଷ ରୋପଣ ଆରମ୍ଭ କରିଛନ୍ତି ଜ୍ଝ ଏହି ଅଭିଯାନ ର ମୁଖ୍ୟ ଲକ୍ଷ ହେଲା ଯୁବ ପିଢ଼ି ରେ ମାତା ପୃଥିବୀକୁ ସବୁଜ ଓ ସୁନ୍ଦର କରିବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଜ୍ଝ ଏହି ଉତ୍ସବରେ ଅତିଥି ଭାବରେ ଯୋଗ ଦେଇ ଶିକ୍ଷାବିତ୍ ତଥା ସାମାଜ କର୍ମୀ ପ୍ରୀତି ରୟ କହିଛନ୍ତି “ମାତା ପୃଥିବୀ ସାନ୍ତାନ୍ଅହମ୍ପୃଥ୍ୱୀବ୍ୟା” । ପୃଥିବୀ କୁ ସବୁଜ ଓ ସୁନ୍ଦର କରିବା ପାଇଁ ଯେ କୌଣସି ପଦକ୍ଷେପ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନୀୟ ଜ୍ଝ ଲିଲିଜେନାମନି ପ୍ରତିଷ୍ଠାତାତଥାଚେୟାରମ୍ୟାନ୍, “କ୍ରିୟା”: ସୂଚନା ଦେଇଛନ୍ତି ଯେ କୋଭିଡ୍ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ସେମାନେ ଛୋଟ ଦଳରେ ଏଭଳି ବୃକ୍ଷରୋପଣ କରିବେ ଏବଂ ଏହି \”ଗୋ ଗ୍ରୀନ\” ଆନ୍ଦୋଳନ କୁ ଆଗକୁ ବଢ଼ାଇବେଜ୍ଝ ସ୍ଵପ୍ଣନେଦୁ ସାମନ୍ତରାୟ, ନିର୍ଦ୍ଦେଶକ, ଜବାହର ବାଲ ଭବନ ଏବଂ ଟ୍ରଷ୍ଟି “କ୍ରିୟା” ଫାଉଣ୍ଡେସନ କହିଛନ୍ତି ଯେ “କ୍ରିୟା” ପରିବେଶ ତଥା ଜନସାଧାରଣଙ୍କ ମଙ୍ଗଳ ପାଇଁ ପ୍ରତିଶ୍ରୁତିବଦ୍ଧ ଜ୍ଝ ଏହି ଅବସରରେ ଶ୍ରୀ ବିନୟ କୁମାର ତିୱାରୀ, ପ୍ରିନ୍ସିପାଲ୍ ଇନ୍-ଚାର୍ଜ, ପ୍ରିୟସିସ୍ ମିଶ୍ର, ପି.ଜି.ଟି., ଶରତ କୁମାର ସାହୁ, ଟି.ଜି.ଟି. ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO