
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସକାଳ ୧୧ଟା ସମୟରେ ବିଜେପି ପୁରୀ ପକ୍ଷରୁ ବଗଲା ବଞ୍ଚାଅ ଆନ୍ଦୋଳନ ସ୍ଥଳରେ ,ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜଣେ ସଫଳ ବାସ୍ତବ ବାଦୀ ରାଷ୍ଟ୍ରନୀତିଜ୍ଞ,ସଫଳ ରାଷ୍ଟ୍ରପତି ଭାବରେ ସମସ୍ତଙ୍କ ହୃଦୟରେ ପ୍ରଭାବ ବିସ୍ତାର କରିଥିଲେ।ତାଙ୍କ ବିୟୋଗରେ ବିଜେପି ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ପୁରୀର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ପ୍ରଥମେ ତାଙ୍କ ଫଟୋରେ ଫୁଲମାଳ ପିନ୍ଧାଇ ଶ୍ରଦ୍ଧାଞ୍ଜଳି ଦେବା ପରେ ପରେ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଫୁଲ ଦେଇ ନିଜ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଆନ୍ଦୋଳନ କାର୍ଯ୍ୟକ୍ରମ କୁ ଆଜିପାଇଁ ସ୍ଥଗିତ ରଖିଥିଲେ।
ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସଂଜୀବ ମୁଖାର୍ଜୀ, ପ୍ରଭଞ୍ଜନ ମହାପାତ୍ର ,ସୋମନାଥ ଦାସ,ଉମାକାନ୍ତ ନାଏକ,ଶଚ୍ଚି ବାନାର୍ଜୀ, ଶଙ୍କର ପରିଡା,ଅଜୟ କୁମାର ଦାସ,ଅରୁଣ କୁମାର ତ୍ରିପାଠୀ, ଜୟନ୍ତ ଦାସ,ବୀରକିଶୋର ମହାନ୍ତି, ଭବାନୀ ପ୍ରସାଦ ଦାସମହାପାତ୍ର,ରାଜେଶ ନନ୍ଦ,ସଂଗ୍ରାମ କାନୁନଗୋ, ଅକ୍ଷୟ କୁମାର ମହାନ୍ତି, ଦିଗଦର୍ଶନ ପଟ୍ଟନାୟକ,ଦେବପ୍ରସାଦ ସ୍ୱାଇଁ,ଅନିଲ ସାହୁ,ଶିବ ନାରାୟଣ ଦାସ,ସୈମ୍ୟା ମିଶ୍ର,ବିଶ୍ୱଜିତ ଦାସ,ପୁଷ୍ପ ମଂଜରୀ ପାତ୍ର,ବିଜୟ କୁମାର ପ୍ରଧାନ, କୁମାରୀ ସାହୁ,ମଧୁସ୍ମିତା ଆଚାର୍ଯ୍ୟ, ପ୍ରଭାକର ବେହେରା,ପ୍ରମୋଦ ରାଓ,ହରି ହର ରଥ ଓ ଦାସରଥି ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO