କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଚଳିତ ବର୍ଷ ପୂର୍ବାମ୍ରାୟ ଗୋବର୍ଦ୍ଧନ ମଠ-ଶଙ୍କରାଚାର୍ଯ୍ୟ ପୀଠରେ ଚାତୁର୍ମାସ ବ୍ରତ ଆଷାଢ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ଭାଦ୍ର ପୂର୍ଣ୍ଣିମାରେ ସମାପନ ହୋଇଛି । ପୂଜ୍ୟ ଶଙ୍କରାଚାର୍ଯ୍ୟ ସାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଓ ଅନ୍ୟ ସାଧୁ-ସନ୍ଥମାନେ ଦୀର୍ଘ ଦୁଇମାସ କାଳ ମଠ ଭିତରେ ରହି ଏହି ବ୍ରତ ପାଳନ କରିଛନ୍ତି । ଏହି ସମୟରେ ମଠ ସୀମାରୁ ବାହାରି କୌଣସି ଦୂର ସ୍ଥାନକୁ ନଦୀ-ନାଳ ଅତିକ୍ରମ କରି ଯାତ୍ରା କରିବା ନିଷିଦ୍ଧ ଥାଏ । ପୂଜ୍ୟ ଶଙ୍କରାଚାର୍ଯ୍ୟ ଏହି ସମୟରେ ପ୍ରତ୍ୟହ ସକାଳ ୧୦ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ହଦାରଣ୍ୟକୋପନିଷଦ୍, ରାତ୍ରି ୮ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ବ୍ରହ୍ମସୂତ୍ର ଶାଙ୍କରଭାଷୀ ଭାମତୀ ଟୀକା ସହିତ ପଢ଼ାଉଥିଲେ । ଅପରାହ୍ନ ୫ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ
ଶ୍ରୀମଦ୍ଭାଗବତ ପ୍ରବଚନ କରୁଥିଲେ ।ଆଜି ଅପରାହ୍ନ ୫ ଘଟିକାରେ ଚାତୁର୍ମାସ ବ୍ରତ ସମାପନ ସହ ସୀମା ପାର (ସୀମାଲଙ୍ଘନ) ପାଇଁ ବଦ୍ଧନ ମଠରୁ ବାହାରି ବାଟମଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ । ଭଗବତୀ ବାଟମଙ୍ଗଳାଙ୍କୁ ଦର୍ଶନ କରି ଆଳତୀ କରିଥିଲେ । ତା’ପରେ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ଵାରକୁ ଯାଇ ପତିତପାବନଙ୍କୁ ଦର୍ଶନ କରିଥିଲେ । ପରିଶେଷରେ ସର୍ଗଦ୍ବାର ନିକଟସ୍ଥ ଆଳତୀ ମଣ୍ଡପଠାରେ ସମୁଦ୍ର ଆରତୀ କରିଥିଲେ ।
ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର କର୍ମକର୍ତ୍ତା ଓ ସ୍ୱୟଂସେବକମାନେ ଯୋଗ ଦେଇଥିଲେ । ଗୋବର୍ଦ୍ଧନ ମଠ-ଶଙ୍କରାଚାର୍ଯ୍ୟ ପୀଠର ମୁଖପାତ୍ର ମନୋଜ କୁମାର ରଥ ଏହି ସୂଚନା ପ୍ରଦାନ କରିଛନ୍ତି |
,
Related Stories
May 6, 2024