-
ସବୁ ଆଡେ ଜଳାର୍ଣ୍ଣବ : ଜଳବନ୍ଦୀ ଅବସ୍ଥାରେ ପୌରବାସୀ : ବିପଦ ସଙ୍କେତ ଉପରେ ବନ୍ୟାଜଳ

କେନ୍ଦୁଝର– ସମଗ୍ର କେନ୍ଦୁଝର ଜିଲ୍ଲା ରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିିବା ବେଳେ ପ୍ରାୟ ସମସ୍ତ ଅଂଚଳ ପ୍ରଭାବିତ ହୋଇଛି । ଗତକାଲି ମଙ୍ଗଳବାର ଅପରାହ୍ନ ପର ଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ରାତ୍ରୀ ତମାମ ମୁଷଳଧାରାରେ ବର୍ଷା ହେବା ସହ ବୁଧବାର ଦିନ ମଝିରେ ମଝିରେ ସାମାନ୍ୟ ବିରତି ଦେଇ ବର୍ଷା ଲାଗିରହିଛି । ଫଳରେ କେନ୍ଦୁଝର ସହର ଅବସ୍ଥା ବେହାଲ ହୋଇପଡିଛି । ମ୍ୟୁନିସିପାଲଟିର ଅଧିକାଂଶ ଅନ୍ଚଳ ଜଳାର୍ଣ୍ଣବ ହୋଇ ପଡିଥିବା ବେଳେ ଲୋକମାନେ ଏକପ୍ରକାର ଜଳବନ୍ଦୀ ଅବସ୍ଥା ରେ ରହିଛନ୍ତି । ସହରର ତଳି ଅନ୍ଚଳ ର ଅବସ୍ଥା ନ କହିବା ଭଲ । କେନ୍ଦୁଝର ଗଡ ମ୍ୟୁନିସପାଲଟି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଡ୍ରେନ ତିଆରି ହେଉଛି ହେଲେ ଡ୍ରେନ ର ଆଉଟଲେଟ ର ବ୍ୟବସ୍ଥା କରାଯାଇନ ଥିବାରୁ ପାଣି ନିଷ୍କାସିତ ହୋଇ ନପାରି ଲୋକ ଙ୍କ ଘରେ ପଶୁଛି । ଏପରି କି ମାଇନଂରୋଡସ୍ଥିତ ଡଃ ଚୌଧୁରୀ ଙ୍କ ବାସଭବନ ରହିଥିବା ଲେନ୍ ତଥା ବିଗ୍ବଜାର ପଛ ପାଖ ଅନ୍ଚଳ ବାନାର୍ଜୀ କଲୋନୀ ସାମାନ୍ୟ ବର୍ଷାରେ ସଂପୁର୍ଣ୍ଣ ଜଳମଗ୍ନ ହୋଇ ପଡୁଛି । ଏ ସଂପର୍କରେ ମ୍ୟୁନିସପାଲଟି କର୍ତୃପକ୍ଷଙ୍କର ବାରମାବାର ଦୃଷ୍ଟି ଆକର୍ଷଣ ସତ୍ୱେ ଡ୍ରେନ ନିର୍ମାଣ କରାଯାଉନାହିଁ । ଉକ୍ତ ଅନ୍ଚଳରେ ଡ୍ରେନ ନିର୍ମାଣ ପାଇିଁ ସମସ୍ତ ପ୍ରସ୍ତୁତି ସରିଥିବା କଥା ପୂର୍ବତନ ମ୍ୟୁନିସପାଲଟି ନିର୍ବାହୀ ଅଧିକାରୀ ଯିବା ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ତାହା ଅଦ୍ୟବଧି କାର୍ଯ୍ୟରେ ପରିଣତ ହୋଇପାରିନାହିଁ । ଅନ୍ୟ ପକ୍ଷରେ ସହରରେ ରହିଥିବା ଅନେକ ଡ୍ରେନ ମେଂଟେଂନାନ୍ସ ଅଭାବରୁ ଏକ ପ୍ରକାର ପୋତି ହୋଇ ପଡିଥିବା ବେଳେ ଅଧିକାଂଶ ଡ୍ରେନ ଉପରେ ସ୍ଳାପ ନଥିବା କାରଣରୁ ସେସବୁ ମଶା ବଂଶ ବୃଦ୍ଧି ପାଇିଂ ବେଶ ସୁହାଉଅଛି । 
ଗତକାଲିି ଠାରୁ ଆରମ୍ଭ ଏହି ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ ସହର ର ଅବସ୍ଥା ବେହାଲ ହୋଇପଡିଛି । ଏପରିକି ମ୍ୟୁନିସିପାଲ ଟି ଏକ୍ଜ୍ୟୁଟିଭ ଅଫିସର ଙ୍କ ବାସଭବନ ସହ ପାର୍କ ଲାଇନ , ଭାଲୁକିପାତଳା , ବଡହଳ , ଧୋବାଡିହ ରାସ୍ତା , ମାଇନିଂ ସ୍ଥିତ ବନାର୍ଜ୍ଜି କଲୋନୀ , ସାହୁ କଲୋନୀ , ବଳଦେବଜୀଉ କଲୋନୀ , ସ୍ପଞ୍ଜ କଲୋନୀ ଆଦି ଅନେକ ଅନ୍ଚଳ ର ରାସ୍ତା ଘାଟ ସହ ଘର ଭିତରେ ମଧ୍ୟ ପଶିଛି ବର୍ଷା ପାଣି । ପୌରବାସୀ ପ୍ରାୟ ଏକ ପ୍ରକାର ଜଳବନ୍ଧୀ ହୋଇଯାଇଛନ୍ତି । ସବୁ ବର୍ଷ ର ବର୍ଷା ଦିନେ ପ୍ରାୟ ଏପରି ଅବସ୍ଥା ଭୋଗିବାକୁ ପଡୁଛି ସହରବାସୀଙ୍କୁ । ମ୍ୟୁନିସିପାଲ ଟି ପକ୍ଷରୁ ପ୍ରତିବର୍ଷ ଡ୍ରେନ କାମ ହେଉଛି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଡ୍ରେନ କୁ ଅଧାରାସ୍ତା ରେ ଛାଡି ଦିଆଯାଉଛି ଆଉଟଲେଟ ରହୁ ନାହିଁ ଫଳରେ ଡ୍ରେନ ରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ପ୍ରବାହିତ ହେବା ସହ ଲୋକ ଙ୍କର ଘରେ ପାଣି ପଶୁଛି । ଲୋକ ଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶି ଥିବା ରୁ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତକାଲି ରାତି ଠାରୁ ବର୍ଷା ପାଣି ପଶିଥିବା କାରଣରୁ ଲୋକ ଙ୍କ ଘରେ ରୋଷେଇ ବାସ ବନ୍ଦ ହୋଇଯାଇଛି ବୋଲି କହିଛନ୍ତି ସହର ବାସିନ୍ଦା ମଦନ ମୋହନ ସ୍ୱାଇଁ ଭାଲୁକିପାତଲା ବାସିନ୍ଦା ପ୍ରଶନ୍ନ ମହାନ୍ତି ପ୍ରମୁଖ । ଲୋକଙ୍କୁ ଭୋକ ଉପାସରେ ରହବାକୁ ପଡୁଛିି । ଲୋକେ ଘରୁ ବାହାର କୁ ବାହାରି ପାରୁ ନାହାନ୍ତି । ଏ ସଂମ୍ପର୍କରେ କୌଣସି ମତାମତ ଦେବାକୁ ପ୍ରଶାସନିକ ଅଧିକାରୀ ମାନେ ମନା କରିଦେଇଛନ୍ତି ।
ଅନ୍ୟ ପକ୍ଷରେ ଜିଲ୍ଲାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆନନ୍ଦପୁର ଅଂଚଳ ବହୁ ଭାବେ ପ୍ରଭାବିତ ହୋଇଥିବା ବେଳେ ଦିନ ୧ ଟା ସୁଦ୍ଧା ଆନନ୍ଦପୁର ଠାରେ ବୈତରଣୀ ନଦୀର ବିଦ ସଂଙ୍କେତ ଉପରେ ପାଣି ପ୍ରଭାବିତ ହେଉଥିବା ସୂଚନା ମିଳିଛି । ଏଠାରେ ବିଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ପାଣି ୩୯.୬୪ ମିଟର ଉଚ୍ଚରେ ପ୍ରଭାବିତ ହେଉଅଛି । ସେଭଳି ତୁରୁମୁଙ୍ଗା ପୋଲ ଉପରେ ମଧ୍ୟ ପ୍ରାୟ ୨ ଫୁଟ ଉଚ୍ଚରେ ବୈତରଣୀ ନଦୀ ଜଳ ପ୍ରଭାବିତ ହେଉଥିବାରୁ ଯାତାୟତ ପ୍ରଭାବିତ ହୋଇଅଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO